STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ପରମବ୍ରହ୍ମ

ପରମବ୍ରହ୍ମ

1 min
192


ପ୍ରଭୁନାମ ଭଜି ଭଜି ବିତୁ ଏ ଜୀବନ,


ତାଙ୍କ ବିନା ଗତିନାହିଁ ମନୁଷ୍ୟ ଜୀବନ।


ଦୁର୍ଲ୍ଲଭ ଜୀବନେ ଗତିନାହିଁ ପ୍ରଭୁ ବିନା,


ତାଙ୍କରି ହିଁ ଭକ୍ତିରହୁ ଜୀବନେ କାମନା।


ନିତ୍ୟେ ମନ ଭଜୁଥାଉ ଜଗନ୍ନାଥ ନାମ,


ଜପାମାଳି ହେଉ ସଦା ଜଗନ୍ନାଥ ନାମ।


ସେହୁ ପ୍ରଭୁ ଜଗନ୍ନାଥ ଜଗତ ତାରକ,


ପରମବ୍ରହ୍ମ ପୁଣି ସେ ପଥ ପ୍ରଦର୍ଶକ 


ତାଙ୍କ ସେବା ସଙ୍ଗେ ସଙ୍ଗେ ଜନସେବା ରହୁ,


ଜନକଲ୍ୟାଣରେ ମନ ସର୍ବଦା ହିଁ ରହୁ।


ପ୍ରାଣ ମଧ୍ୟେ ରହୁ ସଦା ନିସ୍ବାର୍ଥର ଭାବ,


କର୍ମ ମଧ୍ୟେ ରହୁ ସଦା ରାଷ୍ଟ୍ର ଭକ୍ତି ଭାବ।


ଚଲାପଥ ହେଉ ମୋର ସତ୍ୟରେ ଜଡ଼ିତ,


କର୍ମପଥ ହେଉ ସଦା କର୍ମରେ ଭୂଷିତ ।


ସମଭାବ ମନ୍ତ୍ର ରହୁ ମୋର କର୍ମପଥେ,


ଧର୍ମ ହିଁ ଜଡ଼ିତ ରହୁ ମୋର କର୍ମପଥେ।


ନ୍ୟାୟ କରିବାର ଶକ୍ତି ହେଉ ସଞ୍ଚାରିତ,


ବିଚଳିତ ନୋହୁଁ ପଥ ହେଉ ସୁନିଶ୍ଚିତ।


ନ୍ୟାୟ ପକ୍ଷେ ରହୁ ମନ ପର୍ବତ ଆକାର,


ଅତିଥି ସତ୍କାରେ ମନ ରହୁ ନିରନ୍ତର।


ମନୁଷ୍ୟ ଜୀବନ ଅଟେ ଅଳ୍ପ କାଳ ପାଇଁ,


ଅମୂଲ୍ୟ ଜୀବନ ବୃଥାକର କାହିଁ ପାଇଁ।


ସଂପର୍କେ ଜଡ଼ିତ ଥିବ ଦୁର୍ଲ୍ଲଭ ଜୀବନ,


କାର୍ଯ୍ୟଶେଷ କରି ଯିବ ନଦୀ ତୀରେ ଜନ।


ରଙ୍ଗମଞ୍ଚ ଏହି ଅଭିନୟ ହିଁ ହୋଇବ,


ସ୍ମୃତି କୁ ରଖିଣ ଭବେ ନଦୀ ତୀରେ ଯିବ।


କେହି ରହି ନାହିଁ ଭବେ ରହିବେ ଟି ନାହିଁ,


ଅଭିନୟ ସାରି ଏଠୁ ନଦୀ ତୀରେ ତହିଁ।


ପ୍ରଭୁ ଭକ୍ତି ହେଉ ନିତ୍ୟେ ଜୀବନର ମନ୍ତ୍ର,


ଜନସେବା ହେଉ ସଦା କର୍ତ୍ତବ୍ୟର ମନ୍ତ୍ର।


ସମ୍ପର୍କର ଡୋର ହେଉ ଚଟାଣ ପ୍ରକାର,


ଜଗନ୍ନାଥ ଭକ୍ତି ହେଉ ଜୀବନ ଯାତ୍ରାର।


ପ୍ରଭୁ ନାମ ଭଜି ଭଜି ବିତୁ ଏ ଜୀବନ


ତାଙ୍କ ବିନା ଗତି ନାହିଁ ମନୁଷ୍ୟ ଜୀବନ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract