STORYMIRROR

Kabiratna Nutan Kumar Behera

Tragedy Action Classics

4  

Kabiratna Nutan Kumar Behera

Tragedy Action Classics

ପ୍ରମାଦ

ପ୍ରମାଦ

1 min
348

       

ହୃଦେ ଖେଳୁଥିଲେ ହସ ଖୁସିର ଢେଉ 

ସଂସାରଟା ଲାଗେ ଏମିତି

ଜୀବନରେ ଲୋଡ଼ା ନାହିଁ କିଛି ଆଉ

ଶୁଭ ଭାବନାରେ ଦିନ ବିତି ଯାଉ

ଶାନ୍ତ ମନରେ ଥିଲେ ବି ଆନନ୍ଦ

ହସ ତଳେ ତଳେ ଛପି ଥାଏ ଲୁହ 

ହଠାତ୍ କଡ଼ ଲେଉଟାଇ ଦେଲେ

ମାଡ଼ି ଆସେ ଅବାଞ୍ଛିତ ବିଷାଦ

ଆନନ୍ଦ ବିଷାଦ ଏ କୂଳ ସେ କୂଳ ପରି

ଜୀବନ ନଈର ଦୁଇ ଧାର

ପ୍ରବାହ ତାର ଆଦ୍ୟରୁ ପ୍ରାନ୍ତ ଯାଏଁ

ଗତିଶୀଳ ହେଉଥାଏ ନିରନ୍ତର

ଏକ ଲକ୍ଷ୍ୟ ନେଇ ଯାଉଥିଲେ ବି ଧାଇଁ

ଆସେ ଅଶୁଭ ଚିନ୍ତାର ଆଶଙ୍କା

ଦୁର୍ବଳ ଆତଙ୍କିତ ମନ ଗଣୁଥାଏ ପ୍ରମାଦ

ଅକସ୍ମାତ୍ ପଥେ କିଛି ପ୍ରତିବନ୍ଧକ

ଆଣି ଦେବ କି ତା' ମନେ ଅବସାଦ

ମଣିଷର ମନ ହେଉଥାଏ ଆନ୍ଦୋଳିତ

ଦେଖି ଦୁନିଆଁର ରୂପରେଖ

ଜୀବନ ଜଞ୍ଜାଳେ ହୋଇ ସେ ଜଡ଼ିତ

ଦୁଃଖ ଏଡ଼ି ଖୋଜୁଥାଏ ସୁଖ

ଚେତନରେ ହେଉ କି ଅବଚେତନରେ

ପ୍ରତିକ୍ଷଣ ପ୍ରତି ମୁହୂର୍ତ୍ତରେ ଆସେ

ଚିନ୍ତାଗ୍ରସ୍ତ ମନକୁ ତାର ପ୍ରମାଦ

ମନ ଥିଲେ ସ୍ଵଚ୍ଛ ନିର୍ମଳ ନିର୍ବିକାର

ବିଚାର କରେ ନାହିଁ ସେ ବାଦ ବିବାଦ

ବୁଝି ଜୀବନର ମର୍ମ ଓ ଧର୍ମ

କରି ଚାଲିଥାଏ ତାର ଦୈନିକ କର୍ମ

ନିଜ ଭାଗ୍ୟ କର୍ମ ନେଇ ମିଳେ ଫଳ

ରଖିଥାଏ ଅତୁଟ ଭରସା ବିଶ୍ଵାସ

ବିଫଳ ହେଲେ ପଡ଼େ ନାହିଁ ଭାଙ୍ଗି

ମନକୁ କରି ଦୃଢ଼ ବଢ଼ାଏ ତାର ସାହସ

ଅଯଥା ମନକୁ ଆଣେନା ପ୍ରମାଦ

ଭାବେ ଚିରନ୍ତନ ଯା' ତାହା ହିଁ ଘଟିବ

ହୋଇ ସେ କର୍ମରେ ସତ୍ୟାଶ୍ରୟୀ

ଶାନ୍ତି ସନ୍ତୋଷ କରୁଥାଏ ଅନୁଭବ

ହୀନ ଘୃଣ୍ୟ କର୍ମ ପାଲଟି ଅଭିଶାପ

ଡ଼ାକି ଆଣୁଥାଏ ମନକୁ ପ୍ରମାଦ

କରୁଥିଲେ ପୁଣ୍ୟର ସବୁ ମହତ କାର୍ଯ୍ୟ

ଈଶ୍ଵର ଗୁରୁ ଗୁରୁଜନ କରନ୍ତି ଆଶୀର୍ବାଦ

ସଂଶୟରେ ମନକୁ ଆସେନା ପ୍ରମାଦ

ପ୍ରାଣରେ ପୁଲକି ଉଠେ ଆନନ୍ଦ...।

        


Rate this content
Log in

Similar oriya poem from Tragedy