STORYMIRROR

Chinmay Behera

Tragedy

3  

Chinmay Behera

Tragedy

ପ୍ରଳୟ ପରେ

ପ୍ରଳୟ ପରେ

1 min
246

ସକାଳର କଥା ସଞ୍ଜକୁ ନଥାଏ

           ଚହଲା ପାଣିର ଧାରେ

ତେବେ କିଆଁ ହଜେ ଲୁହର ଠିକଣା

           ଏତେ ବଡ଼ ଦୁନିଆରେ 

           ପ୍ରଳୟ ପରେ... ପ୍ରଳୟ ପରେ ...(0)

ଝଡ଼ ଦେଇଗଲା ଝଡର ଠିକଣା

            ଯାତନାର ରଙ୍ଗ ମାଖି

ଜୀବନର ମାନେ ଖୋଜି ଖୋଜି ଏଠି

             ସତହେଲା ମୂକସାକ୍ଷୀ

ଧରମ ଦାଣ୍ଡରେ ଧରମ ହିଁ ବଡ଼

              କାନ୍ଦେ ଯିଏ ବହୁଦୂରେ...

             ପ୍ରଳୟ ପରେ... ପ୍ରଳୟ ପରେ ...।(୧)


ଲୁହର ନଈରେ ନାଉରୀ ବାପୁଡା

               କାତ ଖୋଜି ପାଏ ନାହିଁ

ଦୁଃଖର ନଉକା ଭାସି ଭାସି ଯାଏ

               ବେଦନାର ଢେଉ ଛୁଇଁ

ବଞ୍ଚିବାଟା ଏଠି ମରୁଭୂମି ସମ

              ଏତେ ପ୍ରତାରଣା ପରେ...

            ପ୍ରଳୟ ପରେ... ପ୍ରଳୟ ପରେ...।(୨)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy