ପ୍ରଳୟ ପରେ
ପ୍ରଳୟ ପରେ
ସକାଳର କଥା ସଞ୍ଜକୁ ନଥାଏ
ଚହଲା ପାଣିର ଧାରେ
ତେବେ କିଆଁ ହଜେ ଲୁହର ଠିକଣା
ଏତେ ବଡ଼ ଦୁନିଆରେ
ପ୍ରଳୟ ପରେ... ପ୍ରଳୟ ପରେ ...(0)
ଝଡ଼ ଦେଇଗଲା ଝଡର ଠିକଣା
ଯାତନାର ରଙ୍ଗ ମାଖି
ଜୀବନର ମାନେ ଖୋଜି ଖୋଜି ଏଠି
ସତହେଲା ମୂକସାକ୍ଷୀ
ଧରମ ଦାଣ୍ଡରେ ଧରମ ହିଁ ବଡ଼
କାନ୍ଦେ ଯିଏ ବହୁଦୂରେ...
ପ୍ରଳୟ ପରେ... ପ୍ରଳୟ ପରେ ...।(୧)
ଲୁହର ନଈରେ ନାଉରୀ ବାପୁଡା
କାତ ଖୋଜି ପାଏ ନାହିଁ
ଦୁଃଖର ନଉକା ଭାସି ଭାସି ଯାଏ
ବେଦନାର ଢେଉ ଛୁଇଁ
ବଞ୍ଚିବାଟା ଏଠି ମରୁଭୂମି ସମ
ଏତେ ପ୍ରତାରଣା ପରେ...
ପ୍ରଳୟ ପରେ... ପ୍ରଳୟ ପରେ...।(୨)
