STORYMIRROR

Sulochana Behera

Tragedy

3  

Sulochana Behera

Tragedy

ପ୍ରଳୟ ପରେ

ପ୍ରଳୟ ପରେ

1 min
157


ନିରବ ନିଶ୍ଚଳ    ସ୍ତମ୍ଭୀଭୂତାକାର

   ଗୁମୁରି କାନ୍ଦେ କ୍ରନ୍ଦନ,

ପ୍ରଳୟ ତାଣ୍ଡବେ   ମନ ଦଗ୍ଧୀଭୁତ

   ଧ୍ୱଂସ ମନ ଉପବନ ।


ସଜଡା ସୁଗମ୍ୟ    ପଥଟି ଉଜୁଡା

   ଏହି ଉଦଣ୍ଡ ତାଣ୍ଡବେ,

ଶ୍ରାବଣୀ ନୟନେ   ଲୁହର ଆସର

   ଖେଳେ ଦୁନ୍ଦୁଭି ବାରିଦେ।


ଦୁଃଖ ବିସ୍ତୃତିରେ   ସବୁ ଘଟା ପଡେ

   ଏ ଅଶାନ୍ତ କ୍ଷୁବ୍ଧ ଚିତ୍ତ,

ହାହାକାରୁ ମୁକ୍ତି   କେବେ ସମ୍ଭବ କି

   ଦିଗନ୍ତର ଦୀର୍ଘ ପଥ।


ଏଠି ବ୍ୟର୍ଥତାର   ନିଷ୍ଫଳ ଆକ୍ରୋଶେ

   ନିଃସଙ୍ଗ ଜୀବନ ଥାଏ,

ସାଗର ସମୁଦ୍ର   ପ୍ରାବୁଟ ପ୍ରନ୍ତାର

   ନିଃସ୍ୱ ଉପଲବ୍ଧି ହୁଏ।


ସବୁକିଛି ଜାଣି    ନ ପାରଇ ଜିଣି

   ଶୂନ୍ୟ ଅନ୍ତସ୍ୱର ଘାରେ,

ଶାନ୍ତ ହେବ ଦିନେ   ଅଚଞ୍ଚଳ ପ୍ରାଣେ

   ଝଙ୍କୃତ ମନ ବୀଣାରେ।



Rate this content
Log in

Similar oriya poem from Tragedy