ପ୍ରଳୟ ପରେ
ପ୍ରଳୟ ପରେ
ନିରବ ନିଶ୍ଚଳ ସ୍ତମ୍ଭୀଭୂତାକାର
ଗୁମୁରି କାନ୍ଦେ କ୍ରନ୍ଦନ,
ପ୍ରଳୟ ତାଣ୍ଡବେ ମନ ଦଗ୍ଧୀଭୁତ
ଧ୍ୱଂସ ମନ ଉପବନ ।
ସଜଡା ସୁଗମ୍ୟ ପଥଟି ଉଜୁଡା
ଏହି ଉଦଣ୍ଡ ତାଣ୍ଡବେ,
ଶ୍ରାବଣୀ ନୟନେ ଲୁହର ଆସର
ଖେଳେ ଦୁନ୍ଦୁଭି ବାରିଦେ।
ଦୁଃଖ ବିସ୍ତୃତିରେ ସବୁ ଘଟା ପଡେ
ଏ ଅଶାନ୍ତ କ୍ଷୁବ୍ଧ ଚିତ୍ତ,
ହାହାକାରୁ ମୁକ୍ତି କେବେ ସମ୍ଭବ କି
ଦିଗନ୍ତର ଦୀର୍ଘ ପଥ।
ଏଠି ବ୍ୟର୍ଥତାର ନିଷ୍ଫଳ ଆକ୍ରୋଶେ
ନିଃସଙ୍ଗ ଜୀବନ ଥାଏ,
ସାଗର ସମୁଦ୍ର ପ୍ରାବୁଟ ପ୍ରନ୍ତାର
ନିଃସ୍ୱ ଉପଲବ୍ଧି ହୁଏ।
ସବୁକିଛି ଜାଣି ନ ପାରଇ ଜିଣି
ଶୂନ୍ୟ ଅନ୍ତସ୍ୱର ଘାରେ,
ଶାନ୍ତ ହେବ ଦିନେ ଅଚଞ୍ଚଳ ପ୍ରାଣେ
ଝଙ୍କୃତ ମନ ବୀଣାରେ।
