STORYMIRROR

Sulochana Behera

Inspirational

3  

Sulochana Behera

Inspirational

ଶୁଭକାମନା

ଶୁଭକାମନା

1 min
175


ତୋ ଚାରୁ ଚିକଣ   ଚତୁରୀ କରଣ

   ଚିତ୍ରା ଚିର ସବୁଜିମା,

ଚର୍ତ୍ତୁଗୁଣ ପୂର୍ଣ୍ଣ    ସ୍ୱୟଂ ସମ୍ପୁର୍ଣ୍ଣ

   ଚମକ ଚାନ୍ଦ ସୁଷମା।


ହାସ୍ୟ ଲାସ୍ୟ ଠାଣି   ଘନେ ଦାମିନୀ

    ହଂସିନୀ ଗଜ ଗମନୀ 

ଚାନ୍ଦିନୀ ଯାମିନୀ   ଶାନ୍ତି ପ୍ରଦାୟିନୀ

   ମର୍ମେ ମଙ୍ଗଳ କାରିଣୀ।


ସତେ ରାଜ ଜେମା   ଚାରୁ ପ୍ରତିମା

    ମଥାମଣି ହୃଦହୀରା

ନାହିଁ ପରାକାଷ୍ଠା    କର୍ତ୍ତବ୍ୟରେ ନିଷ୍ଠା

    ଆମର ଦୁଃଖ ପାଶୋରା।


ଫଗୁଣର ରଙ୍ଗ   ବର୍ଷାର ସବୁଜ

   ନିଦାଘର କୃଷ୍ଣଚୂଡ଼ା

ଶରତ ଆକାଶେ   ନିର୍ମଳ ଶଶାଙ୍କ

   ଜ୍ୟୋସ୍ନାର ସଦ୍ୟ ପାଖୁଡ଼ା।


ବିଶାଳ ହୃଦୟ   ଆମ୍ବର ପରାୟ

   ରତ୍ନାକର ରତ୍ନଗର୍ଭା

ଭୟଙ୍କର ଦୃଶ୍ୟ   ସମ୍ମୁଖ ପାର୍ଶ୍ଵ

   ଅନ୍ତରେ ଅନନ୍ତ ଆଭା ।


ପିନାକୀ ପାର୍ବତୀ   ନାରାୟଣ ଲକ୍ଷ୍ମୀ

   ବ୍ରହ୍ମା ସହ ସରସ୍ୱତୀ

ତୁମ୍ଭ ଯୁଗ୍ମ ବେଶ  ନିବାରିଲା ଶୋଷ

   ଦାମ୍ପତ୍ୟ ଜୀବନେ ସୁଖି


ଆଜି ଶୁଭ ଲଗ୍ନେ   ନିର୍ମଳ ପ୍ଲାବନେ

   ଶୁଭାଶିଷ ଦିଏ ଢାଳି

ଜୀବନର ନାବେ   ମଙ୍ଗ ଧରି ଥିବ

   ପରସ୍ପର ସହ ମିଳି ।


ଦୀପଟିଏ ଜାଳି   ଶରଣ ଚରଣେ

   ଏହି ନିବେଦନ କରେ

ସିମନ୍ତେ ସିନ୍ଦୁର   ଶଙ୍ଖା ବଜ୍ର ତୁଲ୍ୟ

   ହେଉ ବିଭୁ କୃପା ବଳେ।



Rate this content
Log in

Similar oriya poem from Inspirational