ପ୍ରଳୟ ଆସିବ ତ ? ଆସୁ
ପ୍ରଳୟ ଆସିବ ତ ? ଆସୁ
ପ୍ରଳୟ ଆସୁଛି ଆସୁ,
କିବା ଅଛି ବାକି ଆଉବା ଏଠାରେ
କେତେ ଯେ ଯାତନା ଦେବ ହେ ଠାକୁରେ
ଲୁହ ଝରେ ହସୁ ହସୁ, ପ୍ରଳୟ ଆସୁଛି ଆସୁ
ଅସୁମାରୀ ଦୁଃଖ ସାଗରେ ଜୀବନ
ବୁଡି ଯାଏ ଭାସୁ ଭାସୁ, ପ୍ରଳୟ ଆସୁଛି ଆସୁ
ପ୍ରଦୂଷିତ କଲ ମହୀ
ପରିବେଶ ଏବେ ବଦଳି ଯାଉଛି
ନିଥର, ନିରାଶ,ପାଣ୍ଡୁର ଦିଶୁଛି
ଜୀବନ ବଞ୍ଚିବ କାହିଁ, ପ୍ରଦୂଷିତ କଲ ମହୀ
ଜୁରକଲ ଯେତେ ବଣ ପାହାଡକୁ
ସଭ୍ୟତାର ଛାପ ଦେଇ, ପ୍ରଦୂଷିତ କଲ ମହୀ
ଋତୁ ଯାଉଛି ବଦଳି
ଜଳ ହିନେ ସୁଷ୍କ ନଦ,ନଦୀ,ଝର
ଆକାଶୁଁ ନବର୍ଷେ ଆଉବର୍ଷା ଜଳ
ନିସ୍ଵ ମରୁଭୂମି ପରି, ଋତୁ ଯାଉଛି ବଦଳି
ଜୀବନ ବଞ୍ଚିବା ଦୁଃସହ ଜହର
ସମାଜ କୁ ଦିଏ ଜାଳି, ଋତୁ ଯାଉଛି ବଦଳି
ଅପସଂସ୍କୃତି ରାକ୍ଷସ
କବଳେ ମାନବ ପ୍ରକୃତି ବଦଳେ
ମରଇ ନିଷ୍ପାପ ଦୁଷ୍କର୍ମ ଶିକାରେ
ସ୍ନେହରେ,ପ୍ରେମରେ ବିଷ, ଅପସଂସ୍କୃତି ରାକ୍ଷସ
ଅପକର୍ମ, ଅପମିଶ୍ରଣ, ବିଷମ
ସ୍ଥିତି ରେ ଆଜି ମୋ ଦେଶ, ଅପସଂସ୍କୃତି ରାକ୍ଷସ
ଧୂମ୍ର ମୟ ଦିଶେ ଧରା
ଆତସବାଜି ର ଧୂଆଁ ଏ ପବନେ
ନିଶ୍ଵାସରେ ବିଷ ପରିବେଶ ତୁମେ
ବଦଳାଇ ଦିଅ ପରା, ଧୁମ୍ରମୟ ଦିଶେ ଧରା
ଜୀବନ ଏଠାରେ ବିପନ୍ନ ମଣିଷ
ମୃତ୍ୟୁ ଧାରେ ବିଶ୍ଵ ସାରା, ଧୁମ୍ରମୟ ଦିଶେ ଧରା
ଜଠରେ ନିଷ୍ପାପ ଶିଶୁ
ସୁରକ୍ଷିତ ନୁହେଁ ପଦେ ପଦେ ଭୟ
ସରଜନା କାରି ହୁଅଇ ନିର୍ଦୟ
ଜହ୍ଲାଦ ମଣିଷ ପଶୁ, ମାଆ ର ଗରଭେ ଶିଶୁ
ଏସବୁରୁ ବଳି ଆଉ କି ପ୍ରଳୟ
ରଚିବ ହେ ମହାପ୍ରଭୁ, ପ୍ରଳୟ ଆସୁଛି ଆସୁ
