STORYMIRROR

Kshitish Jena

Abstract Children

4  

Kshitish Jena

Abstract Children

ପ୍ରକୃତି

ପ୍ରକୃତି

1 min
474


ପବନ ପ୍ରକୃତି ସୁଲୁସୁଲୁ ବହି

କ୍ଳାନ୍ତି ନେଇଥାଏ ହରି

ପଥିକର ଶୋଷ ମେଣ୍ଟାଏ ଝରଣା

କୁଳୁକୁଳୁ ନିତି ଝରି ।

ନିଆଁର ପ୍ରକୃତି ନିଜେ ହିଁ ଜଳିବା

ଅନ୍ୟକୁ ହିଁ ଜାଳିଦେବା 

ମହୁମାଛି ଗୁଣ ଚଉଦିଗ ବୁଲି

ନିତି ମଧୁ ଆହାରିବା ।

ଦିନେ ଠଉରାଏ ରାତିରେ ଚୋରାଏ

ଚୋର ଲୋକର ପ୍ରକୃତି

ପର ଉପକାର କରେ ସାଧୁ ଗୁଣ

ନପାଞ୍ଚଇ କାହା କ୍ଷତି ।

ମଦ ପିଇ ଘରେ ମାର୍ ଧର୍ କରେ

ମଦୁଆ ପ୍ରକୃତି ପରା

କୃପଣ ପ୍ରକୃତି ପେଟ ମାରି ଧନ

ସଞ୍ଚେ ଜୀବନଟା ସାରା ।

କୁପୁତ୍ର ପ୍ରକୃତି ପୈତୃକ ସମ୍ପତ୍ତି

ବିକି ଭାଙ୍ଗି କରେ ଖୋଳ

ଚୁଗୁଲିଆ ଗପି ପରସ୍ପର ମଧ୍ୟେ

କଳି ଯେ ଲଗାଏ ଖଳ ।

ଜୋକର ପ୍ରକୃତି ନାଳେ ଗାଧୋଇବା

ବେଳେ ଯାଏ ଦେହେ ଲାଗି

ମଶା ଗୁଣ ଫୋଡ଼ି କରେ ମଣିଷକୁ

ମ୍ୟାଲେରିଆ, ଡେଙ୍ଗୁ ରୋଗୀ ।

ନିମପତ୍ର ସହ ଚିନି ମିଶାଇଲେ

ନଲାଗେ କେବେ ମଧୁର

ଅଙ୍ଗାରକୁ ଜଳେ ଯେତେ ଧୋଇଲେବି

ନଛାଡ଼େ ପ୍ରକୃତି ତା'ର ।

କଥାରେ କହନ୍ତି ଘୁଷୁରି ପ୍ରକୃତି

ପଙ୍କେ ଥାଏ ସଦା ଲୋଟି

ମଣିଷ ପ୍ରକୃତି ମଲା ଯାଏଁ ରହେ

ମଲା ପରେ ଯାଏ ତୁଟି ।।


Rate this content
Log in

Similar oriya poem from Abstract