Buy Books worth Rs 500/- & Get 1 Book Free! Click Here!
Buy Books worth Rs 500/- & Get 1 Book Free! Click Here!

Debaki Behera

Inspirational


3  

Debaki Behera

Inspirational


🌳🙏 ।।ପ୍ରକୃତି ର ସୁରକ୍ଷା।। 🙏🌳

🌳🙏 ।।ପ୍ରକୃତି ର ସୁରକ୍ଷା।। 🙏🌳

1 min 19 1 min 19

ଗଛ ଆମ ଜୀବନ, ଦିଏ ପାଣି ପବନ। 

ଗଛ ବିନୁ ସଂସାରେ, ବଞ୍ଚିବାନି କେହି ରେ। 

ଆମ ପୂର୍ବ ପୁରୁଷ, କରୁଥିଲେ ବିଶ୍ବାସ। 

ଗଛ ଅଟେ ଦେବତା, ଦେଉଥିଲେ ବାରତା। 

ପୁଜୁଥିଲେ ଗଛକୁ, କାମ ରଖି ପଛକୁ। 

କେତେ କେତେ ଦ୍ରୁମ ତ, ଲଗାଇଣ ଗଲେତ। 

ଗଛ ଦିଏ ଜୀବନ, ମନେରଖ ସୁଜନ।

ଗଛ ଅଛି ସେ ପାଇଁ, ବଞ୍ଚି ଅଛୁ ତା ପାଇଁ। 

ସରକାର ଆମର, କହିଲେଣି ଏଥର। 

ନଅ ଲକ୍ଷ ଗଛକୁ, କାଟି ଦେବେ ସବୁକୁ। 

(୯)ନଅ ଖଣି ଖନନେ, ପାଞ୍ଚୁଛନ୍ତି ଯୋଜନେ। 

ଜଙ୍ଗଲରେ ଜନ୍ତୁଏ, ରହିଥାନ୍ତି ସଭିଏଁ। 

ଜଙ୍ଗଲରେ ସେମାନେ, ବିଚରନ୍ତି ସପନେ। 

ସେମାନଙ୍କ ଘରକୁ, ଛଡାଇ ଯେ ନେବାକୁ। 

ଅଧିକାର କିଏସେ, ଦେଲା ଏହି ସକାସେ। 

ମରଣ ର କାଳରେ , ବିପରିତ ବୁଦ୍ଧିରେ। 

ଶୁଣିଥିଲି ଏକଥା(ଏବେ), ଦେଖିଲି ରେ ସେକଥା।

ନଅ ଲକ୍ଷ ଗଛକୁ, କାଟିବାକୁ ମନରୁ। 

ଭୁଲି ଯାଅ ବାଇନ, ନ ବଳା ଆଉ ମନ। 

ପ୍ରକୃତିର ପ୍ରେମୀ ହେ, ସ୍ବର ଉଠୁ ଏକହେ। 

ଜଙ୍ଗଲର ସୁରକ୍ଷା, ଆଉ ନାହିଁ ପ୍ରତୀକ୍ଷା। 

ତାର ରକ୍ଷା ପାଇଁ ଟି, ଜୀବନ ବି ଦେବୁ ଟି। 



Rate this content
Log in

More oriya poem from Debaki Behera

Similar oriya poem from Inspirational