STORYMIRROR

MITALI ROUT

Inspirational

2  

MITALI ROUT

Inspirational

ପ୍ରକୃତି ର ବିଚାର

ପ୍ରକୃତି ର ବିଚାର

1 min
371


ଚର୍ତୁ ପାର୍ଶ୍ୱରେ ଖାଲି ଘର

ଜଙ୍ଗଲ ହୋଇଛି କଂକ୍ରିଟ ର ସହର

ବୃକ୍ଷ ନାହିଁ ଅଛି ଖାଲି ଦୋକାନ ବଜାର

ମରୁ ଭୂମି ପାଲଟିଛି ଏଠି ଗୋଚର

ଉତ୍ତାପ ଡେଉଁଛି ସୀମା ଗାର

ବରଫ ତରଳି ବଢୁଛି ସାଗର ନୀର

ସୁନାମି ମାତୁଛି ଜିବନ ନଉଛି ଜଳ ଧାର

ଚାରି ଆଡେ ବାତ୍ୟା ବନ୍ୟା ର ହାହା କାର

ଶୀତ ଦିନେ ହୁଏ ଅନୁଭୁତ ଗ୍ରୀଷ୍ମ ର

ଫଗୁ ର ନାହିଁ ବାସ୍ନା ମିଛ ଏଠି ଅବିର

ମଣିଷ ସ୍ୱାର୍ଥ ପାଇଁ କରିଚାଲେ ଭୁଲ ବାରମ୍ବାର

ଧରଣୀ ରାଣି କୁ କରିଚାଲିଛି ଅତ୍ୟାଚାର

ଭୟଭିତ ଆଜି ସୃଷ୍ଟି ଚରାଚର

ଏ ସବୁ ବୋଧେ ପ୍ରକୃତି ର ବିଚାର



ମିତାଲି ସେନାପତି

ଭୁବନେଶ୍ୱର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational