ପ୍ରକୃତି ଓ ମଣିଷ
ପ୍ରକୃତି ଓ ମଣିଷ
ଶିଳ୍ପ ନାମରେ ମଣିଷ ଆଜି
ପ୍ରକୃତିକୁ କରେ ଧ୍ବଂସ
ନିଜପାଇଁ ନିଜେ ଘାତକ ସାଜିଛି
ପିଉଛି ମୃତ୍ୟୁର ବିଷ l
ଜଙ୍ଗଲକୁ କାଟି ପାହାଡ଼କୁ ତାଡି
ଧ୍ବଂସ କରେ ପରିବେଶ
ଦୈବ ଦୁର୍ବିପାକ ଜ୍ୱାଳାରେ ପୃଥିବୀ
ଅକାଳରେ ଯିବ ନାଶ l
ବିଜ୍ଞାନ ବଳରେ ଅନ୍ଧ ଆଜି ଏଇ
ସମଗ୍ର ମାନବ ଜାତି
ନିଜ ସ୍ୱାର୍ଥ ପାଇଁ ଲୋଡ଼େ ନାହିଁ କେବେ
ପ୍ରକୃତିର ସହମତି l
ନଦ ଠାରୁ ନଦୀ ସାଗର ଜଳଧି
ସବୁଠି ଭରିଛି ବିଷ
ରୋଗ ଶୋକ ବ୍ୟାଧି ରଚୁଛି ତାଣ୍ଡବ
ଅସହାୟ ଏ ମଣିଷ l
ନିଜର ଭିଆଣ ନିଜ ପାଇଁ ଆଜି
ବିପଦ ଆଣିଛି ଡାକି
ଆଜି ଏ ପ୍ରକୃତି ବିଷ ବଳୟରେ
ବିଷାଦ ଯାଇଛି ଢାଙ୍କି l
ଅହରହ ଏଠି ମୃତ୍ୟୁର ତାଣ୍ଡବ
ଜୀବନ ଲାଗୁଛି ବାଜି
ଦୈବ ଦୁର୍ବିପାକେ ପ୍ରକୃତିର କୋପେ
ମଣିଷ ଯାଉଛି ହଜି l
ଜଳ ଠାର ଜମି ଜଙ୍ଗଲ ପର୍ଯ୍ୟନ୍ତ
ସବୁ ଆଜି ଧ୍ବଂସଗାମୀ
ବିକାଶ ନାମରେ ବିନାଶର ଛାଇ
ବ୍ୟାପିଛି ଭୂମା ଠୁ ଭୂମି l
ହେ ମାନବଜାତି ଶୁଣ କର୍ଣ୍ଣ ପାତି
ପ୍ରକୃତିର ଆର୍ତ୍ତନାଦ
ନୀରବି ଯାଇଛି ନୀରବତା ଏଠି
ଦୃଶ୍ୟ ହୀନ ତା'ର ଖେଦ ।
