STORYMIRROR

Chittaranjan Nanda

Abstract Fantasy Inspirational

3  

Chittaranjan Nanda

Abstract Fantasy Inspirational

ପ୍ରକୃତି ଦେବ ଭବ

ପ୍ରକୃତି ଦେବ ଭବ

1 min
112


ସଂପର୍କର ସଂଯୋଗର ସେତୁ ଅଟେ ପଇସା,

ଏ ପୁଂଜିବାଦୀ ଦୁନିଆରେ,

ଶ୍ରମିକ କୃଷକ କ୍ଷୁଧାର୍ତ୍ତ, ଅନ୍ଧକାର-ଆଲୋକର 

ଲୁଚକାଳି ଖେଳ ଭିତରେ ।


ନିଜର କଳ କାରଖାନା ସ୍ଥାପନ ପାଇଁ ପୁଂଜିପତି 

ଆସୁଛି, ଆସୁଛି ଥରକୁ ଥର

ନେଇ ଯାଇ ଭିଟାମାଟି ବିସ୍ଥାପିତ କରିବ ଆମକୁ,

ଧୂଳିସାତ କରି ସ୍ବପ୍ନ ଆସନ୍ତା କାଲିର ।


ଭୁଲୁଣ୍ଠିତ କରିବ ଆମ ଗାଁର ପାହାଡ ପର୍ବତ ବଣ 

ଝରଣାର ପ୍ରକୃତିଦତ୍ତ ଶୋଭାକୁ

କିଛି ପଇସା ଫୋପାଡି ପେଟରେ ଛାଟ ଦେବ, ଛଟପଟ କରିବ ଠେଲି ନୈରାଶ୍ୟ ଭିତରକୁ ।


ଧିକ୍ ଧିକ୍ ଏଇ ପୁଂଜିବାଦୀ ବୁଦ୍ଧି, କାଟି ନେବ ବୃକ୍ଷ 

ଲତା ସବୁ ନିଜସ୍ୱ ସ୍ଵାର୍ଥ ପାଇଁ 

ପ୍ରକୃତି ରାଣୀର ସହଯୋଗ ବିନା ଜୀବନ ଅସମ୍ଭବ ମଣିଷ ଜାତି ନବଞ୍ଚିବ, ବିଶ୍ଵଟି ରହିବନାହିଁ


ଏକତା ରଜ୍ଜୁରେ ବାନ୍ଧି ହୋଇ ଜୀବ ଜଗତ ରକ୍ଷାସୂତ୍ରକୁ

ନ୍ୟାୟ ପାଇଁ ଜାଗ୍ରତ ହେବା

ପ୍ରକୃତି ଦେବ ଭବ ସଂସ୍କୃତିକୁ ସମ୍ମାନ ଦେଇ ଆଗେଇଲେ ମାନବ ସମାଜ ରହିଯିବ ଆମେ ତିଷ୍ଠି ପାରିବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract