Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kishore Nayak

Classics Inspirational

4.5  

Kishore Nayak

Classics Inspirational

ପ୍ରକୃତି ବଞ୍ଚାଅ

ପ୍ରକୃତି ବଞ୍ଚାଅ

1 min
244


ପ୍ରକୃତି ବଞ୍ଚିଲେ ଜୀବନ ବଞ୍ଚିବ 

ବଞ୍ଚିବ ଏଇ ଧରା 

ପ୍ରକୃତିର ରକ୍ଷା ନକରିପାରିଲେ 

ଜୀବନ ଦିଶା ହରା l


ପରିବେଶ ଯେବେ ହୋଇଯିବ ଧ୍ବଂସ 

ବଞ୍ଚିବାଟା ହେବ କଷ୍ଟ

ପ୍ରକୃତିକୁ କେବେ କରନି ଉପେକ୍ଷା 

କରନାହିଁ ତାକୁ ନଷ୍ଟ l


ଏ ଜୀବଜଗତର ଜୀବନଧାରା 

ଅଟେ ଏ ପ୍ରକୃତି ରାଣୀ 

ପ୍ରକୃତି ବଞ୍ଚିଲେ ଜଗତ ବଞ୍ଚିବ 

ବଞ୍ଚିବେ ସକଳ ପ୍ରାଣୀ l


ବୃକ୍ଷ ତରୁ ଲତା ସାଗର ସରିତ 

ସଭିଏଁ ଆମର ମିତ 

ତାଙ୍କର ସୁରକ୍ଷା କର୍ତ୍ତବ୍ୟ ଆମର 

ଚିନ୍ତିବା ତାଙ୍କର ହିତ l


ସବୁଜ ବନାନୀ ଶିଖରୀ ଭୂଧର 

ପ୍ରକୃତିର ଅଟେ ଅଙ୍ଗ 

ତା'ର ଅପଚୟ ରଚିବ ପ୍ରଳୟ 

ମେରୁଦଣ୍ଡ ହେବ ଭଙ୍ଗ l


ପ୍ରକୃତିର ରୋଷ କରିଦେବ ଧ୍ବଂସ 

ବିଗିଡ଼ିଲେ ସନ୍ତୁଳନ 

ମହାପ୍ରଳୟର ତାଣ୍ଡବ ରଚିବ 

ମହୀ ହେବ ଶିରୀହୀନ l


ଜୀବନ ଜୀବିକା ହୋଇବ ବିପନ୍ନ 

ପ୍ରକୃତି କରିଲେ ରୋଷ

ଏ ଜୀବଜଗତ ହା'ହୁତାଶରେ 

ଅଚିରେ ହୋଇବ ଶେଷ l


ପ୍ରକୃତି ସୁରକ୍ଷା ମଞ୍ଚ ଗଢି ଆମେ 

ଚଳାଇବା ଅଭିଯାନ 

ପ୍ରକୃତି ବଞ୍ଚିଲେ ଜଗତ ବଞ୍ଚିବ 

ହେଉ ଆମ ସ୍ଲୋଗାନ l


Rate this content
Log in

Similar oriya poem from Classics