STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ପ୍ରକୃତ ସାଥି

ପ୍ରକୃତ ସାଥି

1 min
40


କାହିଁକିରେ ବାବୁ ହେଉ ମୋର ମୋର      

ଏ ପରା ମିଛର ସଂସାର

ଭଲରେ ଖାଉନୁ ଭଲରେ ପିନ୍ଧୁନୁ

      ସବୁ ହୋଇଯିବ ଜହର......


ଦୁନିଆଁରେ କିଏ କାହାର ନୁହଁନ୍ତି

ସମସ୍ତେ ସ୍ୱାର୍ଥରେ ରୁହନ୍ତି

ସ୍ୱାର୍ଥ ସରିଗଲେ ଅଣଦେଖା କରି

     ମୁହଁ ମୋଡି ବାଟ ଭାଙ୍ଗନ୍ତି......


ନିଜର କହିଲେ ନିଜର ଶରୀର

ସାଥିରେ ସର୍ବଦା ଥିବ

ଦୁଃଖରେ ସୁଖରେ ଭାଗିଦାର ହୋଇ

       ସୁଖ ଦୁଃଖ ବାଣ୍ଟୁଥିବ.......


ଏନ୍ତୁଡ଼ି ଠାରୁ ସ୍ମଶାନ ପର୍ଯ୍ୟନ୍ତ

ପାଖେ ପାଖେ ତୋର ଥିବ

ତୁ ଚାଲିଗଲେ ଶୂନ୍ୟର ପଥରେ

       ଶରୀର ପାଉଁଶ ହେବ.....


ଏମିତି ସଖାକୁ ଯତ୍ନ ନେଉନାହୁଁ

ନଷ୍ଟ କରିବାରେ ଲାଗିଛୁ

ଏମିତି ସଖା କୁ ସମୟ ଦେଉନୁ

      ମିଛରେ ମିଛରେ ଧାଉଁଛୁ.......


ମଦ ଗଞ୍ଜେଇ ନିଶାଦ୍ରବ୍ୟ ଖାଇ

ସଖାକୁ ଦୁର୍ବଳ କରୁଛୁ

ନିଜର ସଖାକୁ ଅଣଦେଖା କରି

      ନିଜେହିଁ ଦୁଃଖକୁ ଭୋଗୁଛୁ......


ଶରୀର ରୂପକ ନିଜର ସଖାକୁ

ସର୍ବଦା ନଜର ରଖିବୁ

ଯତ୍ନବାନ ହୋଇ ଦାୟିତ୍ୱ ଲିଭାଇଲେ

     ଖୁସିରେ ଖୁସିରେ ଫେରିବୁ......।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational