STORYMIRROR

KSHIRADRI SAHU

Romance

3  

KSHIRADRI SAHU

Romance

ପ୍ରକୃତ ପ୍ରେମ

ପ୍ରକୃତ ପ୍ରେମ

1 min
202

ଅଢେଇ ଅକ୍ଷରେ ନାମଟି ଯାର

ପ୍ରେମ ହିଁ ସିଏ ସବୁଠୁ ସାର।


ଦୁଇଟି ହୃଦୟ ରେ ମିଳନ ତାର

ସବୁଦିନ ପାଇଁ ଚିର ସୁନ୍ଦର।


ପ୍ରେମ ନୁହେଁ ଏକ ଶରୀର ମିଳନ

ପ୍ରେମ ତ ସତରେ ଆତ୍ମାର ସ୍ପନ୍ଦନ।


ପ୍ରେମିକ ପ୍ରେମିକା ପ୍ରେମ ର ଅଂଶ

ଏକ ପୋଖରୀ ର ଦୁଇଟି ହଂସ।


ବିଶ୍ୱାସେ ମିଳଇ ପ୍ରକୃତ ପ୍ରେମ

ଚିରଦିନ ପାଇଁ ଅତୁଟ ବନ୍ଧନ।


ପ୍ରେମ ଅଟେ ଈଶ୍ୱର ଙ୍କ ଦାନ

ପ୍ରକୃତ ପ୍ରେମ କୁ ଦିଅ ସମ୍ମାନ ।


Rate this content
Log in

Similar oriya poem from Romance