STORYMIRROR

Ajay kumar Behera

Abstract

2  

Ajay kumar Behera

Abstract

"ପ୍ରକୃତ ବନ୍ଧୁଟେ"

"ପ୍ରକୃତ ବନ୍ଧୁଟେ"

1 min
2.9K

ସ୍ୱାର୍ଥ ପାଇଁ ସବୁ

ଅନ୍ଧ ଏଠି ଭାଇ

ବିପଦେ ଆପଦେ

ନଥିବେରେ କେହି


କେତେ କଥା କହି

ନେଇ ଯିବେ ମନ

ବିପଦ କାଳରେ

ଦେବେ ନାହିଁ ଧ୍ୟାନ


ପ୍ରତ୍ୟେକ୍ଷେ କହିବେ

କେତେ କଥା ପୁଣି

ପରୋକ୍ଷେ ଦେବେରେ

ଆପେ ଆପେ ହାଣି


ସେପରି ଲୋକ ଯେ

ଭାରି ଭୟଙ୍କର

ସଦା ରହି ଥିବ

ତାଙ୍କ ଠାରୁ ଦୂର


ସୁଖରେ ଦୁଃଖରେ

ପାଖେ ଅଛି ଯିଏ

ପ୍ରକୃତ ବନ୍ଧୁଟେ

ଅଟେ ପୁଣି ସିଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract