STORYMIRROR

ମିତା ପଟନାୟକ

Classics

2  

ମିତା ପଟନାୟକ

Classics

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

1 min
125

ଖୁବ ବେଶୀ ନହେଲେ ବି କିଛି କମ ବି ନୁହେଁ

ଚିଂହା ସୂଚୀପତ୍ର ରେ ବନ୍ଧୁ ଙ୍କ ସଂଖ୍ୟା

ନାନା ବର୍ଗ ଆଉ କିସମ ରେ

କିଛି ଏଯାବତ ଜୀବନ ମାନଚିତ୍ର ର

ଅକ୍ଷାଂଶ ଆଉ ଦ୍ରାଘିମା ସମ ଧରି ରଖିଛନ୍ତି ମୋତେ

ଏକ ନିର୍ଦ୍ଧିଷ୍ଠ ସୀମା ସରହଦ ମଧ୍ୟରେ

ବଂଚିବାର ସଂଗ୍ରାମ ଯେତେବେଳେ ଖୁବ ମାତ୍ରାରେ

କବଳିତ କରୁଥାଏ

ଚିନ୍ତା ସବୁ ଅଧା ନିଦରୁ ଉଠି ଆସି

ସମାଧାନ ର ରାସ୍ତା ଖୋଜୁ ଖୋଜୁ ଭେଟି ଯାଆନ୍ତି

କିଛି ଦରଦୀ ବନ୍ଧୁ ଙ୍କୁ

ଦୁଃଖ, ଶୋକ, ଭୋକ ର ଭାରୀ ଗଣ୍ଠିରି କୁ

ବିନା ବାକ୍ୟ ବିନିମୟରେ ବାଣ୍ଟି ନିଅନ୍ତି

ଅହେତୁକ ଏକ ଆପଣା ପଣରେ


ଜୀବନର ଭଲ ମଂଦ ହିସାବ କରୁ କରୁ

ମୁଁ ଭାବୁଥାଏ ପାଇଲି କେତେ

ହଜେଇଲି କେତେ

ଭାଜ୍ୟ ଭାଜକ କୁ ଖୁବ ହିସାବ କରି ଥୋଇ ସରିଲା ପରେ

ଭାଗ ଫଳ ଆଉ ଭାଗଶେଷ ରେ ବଳି ପଡନ୍ତି

ସେଇ ହାତ ଗଣତି ବନ୍ଧୁ କେତେ ଜଣ

ମନ ଦର୍ପଣରେ ଦେଖୁଥିବା ତମାମ ମୁହଁ ସବୁ

ସମୟ ଆଉ ସୁଯୋଗ କୁ ଆହୁଲା କରି

ପାରି ହେଇଯାନ୍ତି ନିଜ ନିଜ ରାସ୍ତାରେ

ନୀରବତା ଛାଇ ଯାଉ ଯାଉ ଦର୍ପଣ କୁ ପୋଛି ଆଣୁଥିଲା ବେଳେ

ପଛ ଆଡୁ ମୋ ଆଖିରେ ପାପୁଲି ରଖି ପଚାରୁ ଥାଏ

କହିଲୁ ମୁଁ କିଏ

ନିଃସଙ୍କୋଚ ରେ ମୁଁ କହେ

ତୁ ପରା ମୋ ବନ୍ଧୁ

ମୋ ସଖା ଆଉ ସହୋଦର

ଆଲୁଅରେ ଅନ୍ଧାରେ

କଥା ଆଉ କାହାଣୀ ରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics