STORYMIRROR

ମହାଗାଲୁଆ ସନୁ

Classics

3  

ମହାଗାଲୁଆ ସନୁ

Classics

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

1 min
364

 କେମିତି କହିବି ସେ କଥା 

ସାରା ଜୀବନ ର ପ୍ରକୃତ ବନ୍ଧୁ ଙ୍କ କଥା


ଜୀବନ ଚଲା ବାଟରେ ମା ମୋ ପ୍ରଥମ ବନ୍ଧୁ 

  ସଂସାର ବୁଝିବାକୁ ବାପା ମୋ ବନ୍ଧୁ

ଗୁରୁ ମୋର ତହିଁ ପରେ ବନ୍ଧୁ 

   ଲଢ଼ି ଯିବି ମୁଁ ସାତ ସିନ୍ଧୁ 


ଶୈଶବ ରେ ବାଲ୍ୟ ବନ୍ଧୁ 

   ଯୌବନେ ପ୍ରେମିକା ବନ୍ଧୁ

ଗୃହସ୍ତେ ସ୍ତ୍ରୀ ମୋର ବନ୍ଧୁ 

   ଚାଲିଯିବି ସାରା ବାଟ ଥିବା ଯାଏ ଶେଷ ବିନ୍ଦୁ


ମରଣେ କୁଟୁମ୍ବ ମୋ ବନ୍ଧୁ

  ଜୀବନେ କର୍ମ ମୋ ବନ୍ଧୁ

ଭକ୍ତି ମୋ ତପ୍ତ ସାଗର ବନ୍ଧୁ

  ଲଙ୍ଘି ଯିବି ସବୁ ସିନ୍ଧୁ 


କବି କାଳେ କବିତା ବନ୍ଧୁ

  ସଙ୍ଗୀତ କଲେ ରାଗ ମୋ ବନ୍ଧୁ

ସବୁ ବେଳେ ସାଥି ମୋ ଜଗତବନ୍ଧୁ 

   ସବୁ ବେଳେ ଆଶିଷ ମାଗେ ହେ ଦୀନବନ୍ଧୁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics