ପ୍ରକୃତ ବନ୍ଧୁ
ପ୍ରକୃତ ବନ୍ଧୁ
ଜୀବନ ବୈଶାଖେ ବାଟ ଚାଲୁ ଚାଲୁ
ଥକା ମେଣ୍ଟିଯାଏ ଝାଳ ଶୁଖିଯାଏ
ତୁମ ବରଗଛର ଶୀତଳ ଛାଇରେ
ସୁଲୁସୁଲିଆ ପବନେ ନିଦ ଆସେ
ଦୁଃଖ ସବୁ ପୋଛିନିଅ କଅଁଳ ଭରଷାରେ ।
ଚଲାବାଟେ ଭେଟ ହୁଏ ଅନେକ ସାଥୀ
ଫୁଲଫୁଟା ଜହ୍ନରାତିରେ ଭାରି ଭିଡ
ପ୍ରଜାପତି ଭ୍ରମର ମହୁମାଛିଙ୍କର
ବସନ୍ତ ସରି ଯେବେ ଶ୍ରାବଣ ଆସେ
କୁଆଡେ ସମସ୍ତେ ଫେରାର୍
କେହି ନ ଥାନ୍ତି ଆଉପାଖରେ ।
କିନ୍ତୁ ଯିଏ ଥାଏ ଶୟନେ ସପନେ ଜାଗରଣେ
ଆତ୍ମା ସହ ଆତ୍ମାଟିଏ ଯୋଡି
ବିଶ୍ଵାସର ଘରଟିଏ ତୋଳେ
ସେ୍ନହ ପ୍ରେମ ପ୍ରୀତିର ରଙ୍ଗ ଢାଳି
ରାତିରାତି ଉଜାଗରେ ମଙ୍ଗଳ ମନାସୀ
ଶୁଭ ଦୀପାଳୀ ମୋପାଇଁ ଜାଳେ
ନିଜେଜଳି ଜଳି ଆଲୋକିତ କରେ
ବନ୍ଧୁତାର ହାତ ବଢାଇ ଦେଇ
ଶାହାନାହି ବଜାଉଥାଏ ମୋ ଘର ଅଗଣାରେ ।
