ପ୍ରକୃତ ବନ୍ଧୁ
ପ୍ରକୃତ ବନ୍ଧୁ
ଦୁନିଆଁକୁ ଦେଖିଲେ ଲାଗେ ମୋତେ
ସରଳ ପ୍ରକୃତ ବନ୍ଧୁଟି ପାଇବା ଭାରି ବିରଳ ।
ବିପଦ ଆପଦେ ଅଫଳପେପସୁ ସାଥି
ବାସ୍ତବ ଜୀବନରେ ସେହିଁ ଜୀବନ ରଥୀ।
ଗୋପନୀୟ କଥା ପୁଣି ଗୋପନେ ରଖନ୍ତି
ସୁମାର୍ଗଦର୍ଶକ ଶୁଭଚିନ୍ତକ ଅଟନ୍ତି ।
ଫଳ କାମନା ବିରହିତ ପରୋପକାର
ନିଃସ୍ଵାର୍ଥ ଓ ଅହେତୁକୀ ପ୍ରକୃତ ବନ୍ଧୁର ।
ଆଶ୍ଚର୍ଯ୍ୟ ଲାଗଇ ଚିତ୍ର ବିଚିତ୍ର ସଂସାର
ପ୍ରକୃତ ବନ୍ଧୁ ସଦାସର୍ବଦା ଶ୍ରେୟସ୍କର ।
