ପ୍ରକାର ଭେଦର ହାତୀ
ପ୍ରକାର ଭେଦର ହାତୀ
ଜଙ୍ଗଲେ ରୁହନ୍ତି ଜଙ୍ଗଲିଆ ହାତୀ
କେତେ ଯେ ନିୟମ ନୀତି
ହେଲେ ବାଟ ବଣା ନିୟମରୁ ସିନା
ସମସ୍ୟା ଆସଇ ଘୋଟି
ସତ ମିଛ ଫେଣ୍ଟା ଫେଣ୍ଟି
ନିରୀହ ଜଙ୍ଗଲି ହାତୀଟି ବିଚାରି
ନୀରବେ ସହେ ବିପତ୍ତି ।
ସତ ମିଛ ଫେଣ୍ଟି ମାଟିଆ ହାତୀଟି
ଗୋଡେଇ ଗୋଡେଇ ମାରେ
ଅସରପା ପରେ କାଣି ବିଲେଇରେ
ମାଲିକ ଜାହିର କରେ
ବଡ଼ ଦନ୍ତା ହାତୀ ବୁଲେ
ପାଏନି ଦଉଡ଼ି ଧରିବାକୁ ଭିଡ଼ି
ଆଇନି ତା ପକେଟରେ ।
ଆଇନ ଫାଶରେ ଡହଳ ବିକଳେ
&
nbsp; ଜଙ୍ଗଲିଆ ଛାଟି ପିଟି
ଲୁଟିବ ବୋଲି ତ ସଜେଇଛି ଅସ୍ତ୍ର
ଥାକରେ ବହି ସାଇତି
ଏଇ ଆମ କଳା ହାତୀ
ଓଡ଼ଶ ଉକୁଣୀ ଭଳି ଝୁଣି ଝୁଣି
ରକତ ଶୋଷି ପିଅନ୍ତି ।
ଗୁଲୁ ଗୁଲୁ ଦେହେ ଧଳା ହାତୀ ରୁହେ
ଶୀତ ତାପ ନିୟନ୍ତ୍ରଣେ
ଜଗଙ୍ଗଲିଆ ହାତୀ ଫସଲ ଖାଇଲେ
ବାନ୍ଧଇ ନୀତି ନିୟମେ ହେଲେ,
ତାଙ୍କ କଥା କେ ନ ଜାଣେ
ଦେଶର ସମ୍ପତ୍ତି ଲୁଟି ଖାଉଛନ୍ତି
ଭଲ ନାହିଁ କେହି ଜଣେ ।