ପରକାଳ
ପରକାଳ
ବର୍ତ୍ତମାନ ଅତୀତ ଓ ଭବିଷ୍ୟତ
ତିନି ସମୟ ବା କାଳ
ଅତୀତଟା ବଡ଼ ସ୍ମୃତି ବିଜଡିତ
ସେ କାଳ ଦିଏ ଆଘାତ,
ମନ ଖୁସି ଆନନ୍ଦିତ
ଅତୀତ କେବେ ଭୁଲି ହୁଏ ନାହିଁ
ଫେରି ଆସଇ ନାହିଁତ ।।
ଦୁଃଖ କେବେ କନ୍ଦାଇ ନ ଥାଏ ମୋତେ
ସୁଖ ତ କନ୍ଦାଇ ଥାଏ,
କିଛି କ୍ଷଣ ପାଇଁ ଆପଣାର କରେ
ଚାହୁଁ ଚାହୁଁ ଉଭେଇ ଯାଏ,
ଘଟଣା ବହୁଳ ସବୁ
ଫକୀର ଅମିର ଗରୀବ ଯେ ଧନୀ
ହିସାବ ତା ପାଖେ ଥାଏ ।।
ଭବିଷ୍ୟତ ପନ୍ଥା ଅତୀତ ବର୍ତ୍ତମାନ
ସହ ଜଡ଼ିତ ରୂପରେ,
ଘଟିଥିବା କାଳ ପୂର୍ଣ୍ଣଛେଦ କରି
ଆଗକୁ ଯିବା ଆମେରେ,
ଅବିରତ କର୍ମ ପଥେ
ଫଳପ୍ରାପ୍ତ ପାଇଁ ଆଶା ନ ରଖଣ
କର୍ତ୍ତବ୍ୟ କରୁ ଆମେରେ ।
କାଳ ଚେତାବନୀରେ ।।