STORYMIRROR

Biswanath Nayak

Romance

2  

Biswanath Nayak

Romance

ପ୍ରଜାପତି -------

ପ୍ରଜାପତି -------

1 min
3.1K

ଅତି ମନଲୋଭା

ପରଜାପତିଟି

ଫୁଲରୁ ଫୁଲକୁ ଉଡ଼େ,

ପୁଷ୍ପ ସୁରଭିରେ

ଆମୋଦିତ ହୋଇ

କୁସୁମ ପରଶ ଲୋଡ଼େ। 


ଅସୁମାରୀ ଆଶା

ଅସୀମ ପିପାସା

ମନେ ତା କେତେ କାମନା,

ରୂପ ରାଇଜର

ସପନ ବଣିକ

ଶୋଷ ତା କେବେ ମେଣ୍ଟେନା। 


ନାଲି ପାଟଳର

ରକ୍ତିମ ଅଧର

ଚୁମୁଥାଏ ଯେବେ ସିଏ,

ଆନ ସୁମନର

ପ୍ରିତୀ ଆକର୍ଷଣେ

ସପନେ ବିଭୋର ହୁଏ। 


ଲଭିଲେ ବି ଯେତେ

କୁସୁମ ପରଶ

ମେଣ୍ଟେ ନାହିଁ ତୃଷ୍ଣା ତାର,

ଉଡ଼ି ବୁଲୁଥାଏ

ଏ ଫୁଲୁ ସେ ଫୁଲ

ହୋଇ ଅଶାନ୍ତ ଅସ୍ଥିର। 


ଦୁନିଆ ମଞ୍ଚରେ

ସୁମନ ପରାୟେ

କେତେ ଯେ ବିପଣୀ ଶୋହେ,

ମନ - ପ୍ରଜାପତି

ତା'ର ଆକର୍ଷଣେ

ମତୁଆଲା ଖାଲି ହୁଏ। 


ତରଙ୍ଗ ଆଘାତେ

ବାରାନିଧି ବାରି

ଅସ୍ଥିର ଅଶାନ୍ତ ପ୍ରାୟେ,

କାମନା - ତରଙ୍ଗେ

ଅଗ୍ନିଶିଖା ସମ

ମନ‌ ଆନ୍ଦୋଳିତ ହୁଏ। 


ଜଳନ୍ତା ଅନଳ

ପରାୟ କାମନା

କେବେତ ଯାଏନା ଲିଭି,

ହୁତାଶନ ସମ

ହୁଏ ପ୍ରଜ୍ଜଳିତ

ଆହୁତି ପରଶ ଲଭି। 


ମଣିଷର ମନ

ପ୍ରଜାପତି ସମ

ଅଟେ ଅଶାନ୍ତ ଅସ୍ଥିର,

ଅଳପେ ତୃପତି

ଜନମାଏ ଶାନ୍ତି

କାମ ହେତୁ ଅଶାନ୍ତିର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance