STORYMIRROR

Subhalaxmi Nayak

Romance

3  

Subhalaxmi Nayak

Romance

ପ୍ରଜାପତି ଓ ମଲ୍ଲୀ

ପ୍ରଜାପତି ଓ ମଲ୍ଲୀ

1 min
241

ପ୍ରଜାପତିଟିଏ ଉଡ଼ି ଯାଉ ଯାଉ

ଅଟକି ଗଲା ଟିକେ ସୁଗନ୍ଧ ପାଇ

ଦେଖିଲା ଆଗରେ ମଲ୍ଲୀ ଗଛଟେ

ସୁନ୍ଦର ଦିଶୁଛି ଫୁଲରେ ସଜାଇ ହୋଇ।


ପଚାରିଲା ଗୋଟେ ଫୁଲ ପାଶେ ଯାଇ

ବସି କି ପାରିବି କିଛି ମୁହୂର୍ତ୍ତ ପାଇଁ

ମନ ଭରି କଥା ତୋ ସାଥେ ହୋଇ

ଆଗକୁ ଯିବି ମୁଁ ମନ କଥା କହି।


ମଲ୍ଲୀ ଫୁଲ ମୁହେଁ ଲାଜର ଛାଇ

ଚଇତି ବାଆରେ ବାସ ଚହଟୁ ଥାଇ

ମନା କରିବାର ପ୍ରୟୋଜନ ନାହିଁ

ଆ ଗୋ ମିତ! ଆମେ ଗାଇବା ଗୀତ

ମନକଥା ଖୋଲି କହିବୁ ତୁହି।


ପ୍ରଜାପତି ବସି ରହିଛି ପାଖେ

ମଲ୍ଲୀ ବିହ୍ଵଳିତ ତା ସାନ୍ନିଧ୍ୟ ପାଇ

ଫୁଲେଇ ମଲ୍ଲୀ ହସେ ଖିଲି ଖିଲି

ଦୁହେଁ ରୋମାଞ୍ଚିତ ଦୁହିଁଙ୍କୁ ପାଇ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance