STORYMIRROR

Banasmita Panda

Romance

3  

Banasmita Panda

Romance

ପ୍ରିୟତମା

ପ୍ରିୟତମା

1 min
196


ହେ ପ୍ରିୟତମା 

ଟିକେ ଅନୁମାନ କରନା 

ମୋ ନିବିଡ଼ ବନ୍ଧୁତ୍ୱର 

ମୋ ଗଭୀର ପ୍ରେମର 

ଆଜି ପଯ୍ୟନ୍ତ ହୃଦୟ

ଭିତର କୋଠରୀ ରେ ତୁମେ 

ଆଉ କାହାର ଆଗମନ 

ତୁମକୁ କଷ୍ଟ 

ସେଥିପାଇଁ ହୃଦୟକୁ କରିଛି 

ଏକଲା ପଥିକ ଜୀବନ ପଥେ 

ସ୍ମୃତିର କାନ୍ଥରେ 

ଭାବନାର ବୃହତ ଦ୍ୱାର ଗୁଡିକରେ 

ବିଶ୍ୱାସ ନାମକ ତାଲା 

ଲୁହ ନାମକ ଚାବି 

ବନ୍ଦ ରଖିଛି ଆମ ପ୍ରେମକୁ 

କାହାଣୀ ଆମର ଖୁବ ପ୍ରସିଦ୍ଧ 

ଏ ଦେଶ ରୁ ସେ ବିଦେଶ 

ସେଥିପାଇଁ ସଭିଁ କୁନି କୁନି

ତାରା ଗୁଡିକୁ ମୁଖସ୍ତ କରାଇଛି 

ପ୍ରେମରେ ଚିକ ମିକ ହେବା 

ଥଣ୍ଡା ପଡି ନ ଯାଉ 

ଏ ପ୍ରେମର ନିଆଁ 

ଜହ୍ନର ଶୀତଳତା ରେ

ସୂର୍ଯ୍ୟକୁ ଲୁଚାଇଛି

ଅମାନିଆ ମସ୍ତିଷ୍କ କରେ ପ୍ରଶ୍ନ 

ସବୁ ପ୍ରେମ ନାମକ ନଦୀ 

କଣ ପାଏ କୂଳ 

ଆମ ପ୍ରେମ କହିଲା 

ମୋ ପାଖେ କି ଉତ୍ତର 

ପଚାର ସେ କଇଁକୁ 

ଚାତକ ପରି ଚାହେଁ 

ସେ ଜହ୍ନ କୁ 

ନ ପଚାରି ମୋତେ 

ହୃଦୟ କରି ଦେଇଛି 

ପ୍ରତିଟି ନିଶ୍ୱାସ ତା ଅପେକ୍ଷା କୁ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance