" ପ୍ରିୟତମା "
" ପ୍ରିୟତମା "
ଦେବି ଗୋ ତୁମକୁ ପାଦରେ ପାଉଁଜି
ଯେବେ ଅଳତା ନାଇବ ପାଦରେ ,
ଅଳତାର ନାଲି ରଂଗରେ
ପାଉଁଜିର ରୁଣୁଝୁଣୁରେ
କେତେ ସୁନ୍ଦର ଲାଗିବ ସତରେ
ପ୍ରିୟା ଭାବିକି ! କେବେ ଥରେ ।
ମୁଁ ଦେବି ଗୋ ତୁମକୁ ପରିଚୟଟିଏ
ଯେବେ ଭରିବ ପ୍ରଣୟ ଆଖିରେ ,
ମୁଖ, ଦୁଃଖ ଏଇ ସଂସାରେ
ଦୁହେଁ ଦୁହିଁଙ୍କର ସ୍ବପ୍ନରେ
କେତେ ସୁନ୍ଦର ଲାଗିବ ସତରେ
ପ୍ରିୟା ଭାବିକି ! କେବେ ଥରେ ।
ମୁଁ ଦେବି ଗୋ ତୁମକୁ ମଥାରେ ସିନ୍ଦୂର
ଯେବେ ଓଢ଼ଣା ଟାଣିବ ମଥାରେ ,
ନାଲି ସିନ୍ଦୁରର ରଂଗରେ
ଓଢ଼ଣା ଥିବ ତୋ ମଥାରେ
କେତେ ସୁନ୍ଦର ଲାଗିବ ସତରେ
ପ୍ରିୟା ଭାବିକି ! କେବେ ଥରେ ।
ମୁଁ ଦେବି ଗୋ ତୁମକୁ ଅସରନ୍ତି ପ୍ରେମ
ଯେବେ କପଟ ନଥିବ ମନରେ ,
ପ୍ରେମର କରୁଣ ସ୍ରୋତରେ
ଦୁଇ ମନ ଆର୍ଦ୍ର ହେବରେ
କେତେ ସୁନ୍ଦର ଲାଗିବ ସତରେ
ପ୍ରିୟା ଭାବିକି ! କେବେ ଥରେ ।
ମୁଁ ଦେବି ଗୋ ତୁମକୁ ମୁଗ୍ଧ ସତ୍ଯଟିଏ
ଯେବେ ବିଶ୍ଵାସ ରଖିବ ମୋ ଠାରେ ,
ମୁକ୍ତି ପ୍ରେମ ସତ୍ୟ ଆତ୍ମାରେ
କାୟ ଅବସାନ ହେବ ଶରୀରେ
କେତେ ସୁନ୍ଦର ଲାଗିବ ସତରେ
ପ୍ରିୟା ଭାବିକି ! କେବେ ଥରେ ।

