ପ୍ରିୟତମା
ପ୍ରିୟତମା
ତବ ଅଂକେ ସ୍ଥାନ ଦିଅ
ଆଗୋ ବିଭାବରୀ
ଅନ୍ଧ କାରେ ସାଉଁଟି ବି
ସ୍ମୃତି କୁ ମୋହରି।
ସ୍ମୃତି ପାଇଁ ତୁମ ଅଙ୍କ
ସତେ କି ମଧୁର
ଅନ୍ଧକାରେ ମଜିଯିବି
ସ୍ମୃତି ରେ ପ୍ରିୟା ର।
ଗବାକ୍ଷ ଫାଙ୍କ ରେ ଯେବେ
ଦିଶେ ଚାନ୍ଦ ମୁଖ
ମନେ ପଡେ ପ୍ରିୟା ମୋର
ଅନୁପମ ରୂପ।
କେମିତି କହିବି ପ୍ରିୟା
ତୁମ ପ୍ରତୀକ୍ଷା ରେ
ସରୁ ନାହିଁ ରାତି ଦିନ
ସ୍ମୃତି ବଗିଚାରେ।
ସ୍ମୃତି ଆକାଶ ରେ ମୋର
ତୁମେ ନୀଳ ଜହ୍ନ
ତୁମ ବିନା ଏ ଜୀବନ
ଲାଗେ ଭାରି ଶୂନ୍ୟ।
ରହିଛି ତୁମରି ଛବି
ପ୍ରତି ସ୍ପନ୍ଦନ ରେ
ଆସ ଫେରି ପ୍ରିୟତମା
ହୃଦ ମନ୍ଦିର ରେ।
ତୁମ ବିନା ଜୀବନ ଟା
ଲାଗେ ଫିକା ଫିକା
ସବୁ ଦିନ ସବୁ ରାତି
ଲାଗେ ଅମାବାସ୍ୟା।
ନିବିଡ଼ ଡୋରି ରେ ପରା
ବନ୍ଧା ଆମେ ଦୁଇ
ଶାଶ୍ଵତ ପ୍ରେମ ଆମର
ଜନ୍ମ ଜନ୍ମ ପାଇଁ।