Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Romance

3  

Sanjya Tripathy

Romance

ପ୍ରିୟତମା

ପ୍ରିୟତମା

1 min
208


ତୁମ ଉଷ୍ମ ଆଲିଙ୍ଗନର ଉଜ୍ଜଳତାରେ ମୁଁ ମୋହଗ୍ରସ୍ତ

ତୁମ ଆଗମନୀ ସଙ୍ଗୀତରେ ଝକାରରେ ମୁଁ ଚମତ୍କୃତ

ତୁମ ଦୀପ୍ତିମନ୍ତ ଆବା ଓ କାନ୍ତିମୟୀ ରୂପର ରୋଷଣୀରେ ମୁଁ ମୂହ୍ୟମାନ

ତୁମ ଚଲାପଥକୁ ସତୃଷ୍ଣ ନୟନରେ ଚାହିଁ ରହିଥିବା ମୁଁ ଚାତକ

ତୁମ ଦେହର ଦାହରେ ଜର୍ଜରିତ ମୁଁ ଏକ ଡାହୁକ

ତୁମ ଚିରନ୍ତନୀ ମଧୁକ୍ଷରା ଅମୃତ ଭାଣ୍ଡର ମୁଁ ଏକ ଗ୍ରାହକ

ତୁମ ପରିପୁଷ୍ଟ ତନୁମନର ଆକର୍ଷଣରେ ମୁଁ ଶିହରିତ

ତୁମ ଆଜାନୁଲମ୍ବିତ କେଶବଲ୍ଲୀରୀର ନୌକାର ମୁଁ ନାବିକ

ତୁମ ସଦ୍ୟତା ସୀମନ୍ତିନୀ ରୂପର ପସରାରେ ମୁଁ ଏକ ପରାଜିତ ସୈନିକ

ତୁମ ମୌସୁମୀ ମୋହିନୀ ମୃଣ୍ମୟୀ ମାୟାରେ ମୁଁ ହତଚକିତ

ତୁମ ଅକ୍ଟୋପସୀ ବାହୁବନ୍ଧନରେ ଚାପଗ୍ରସ୍ତ ମୁଁ ଦିଗହରା ପଥକ

ତୁମ ଅନନ୍ୟା ବହୁବର୍ଷା ସୌନ୍ଦର୍ଯ୍ୟର ମୁଁ ଏକ ପିପାସୁ ପ୍ରେମିକ ।।



Rate this content
Log in

Similar oriya poem from Romance