Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Romance

3  

Panchanan Jena

Romance

ତୁ ଆଉ ମୁଁ

ତୁ ଆଉ ମୁଁ

1 min
171



ତୁ

ବୁଢି ପୋଖରୀର 

ମହୁରାଳି ମାଛ ବିହାନିଆ

ମୁଁ 

ମଦରଙ୍ଗା ଶୋଳ ଖାଳ 

କୁଜି ବଗ ଚାଲାକିଆ ।


ତୁ

ଲେମ୍ବୁ ଚିପୁଡ଼ା

ପାଗୁଆ ପଖାଳ ବେଲା

ମୁଁ 

ବାଡି ଲେଉଟିଆ

ଖରଡ଼ା ଶାଗ ଡ଼ାଲା ।


ତୁ 

ସଜନା ଗଛର ଲମ୍ବା ଲମ୍ବା

ଶାଗୁଆ ହାତିଆ ଛୁଇଁ

ମୁଁ

ପାନ ବରଜରେ

ଧାନୁଆ ଲଙ୍କାର

ପେନ୍ଥା ପେନ୍ଥା ଡ଼ାହି ।


ତୁ

ବାଡି ବରକୋଳି 

ଖଟା ମିଠା ଆଚାର

ମୁଁ

ଗଡ଼ିଆ କଡ଼ର

ପଥର କଙ୍କର

ଢ଼େଲା ପାହାର ପ୍ରହାର ।


ତୁ

ସୁନୁସୁନିଆ ସାଗର

ସରୁ ନହକା ନହକା

ପଟାଳି

ମୁଁ

ପାନ ଗୁମୁଟିର

ଟଙ୍ଗା ଗୁଟୁକା ପୁଡ଼ିଆ ମାଳି ।


ତୁ

ଗାଗରା ଚହଲା 

ଭିଜା ଓଦା ତନୁ ପାତଳୀ 

ସୁକୁଟି ସାହୁ

ମୁଁ

ହିରୋ ହୋଣ୍ଡାର

ହର୍ଣ୍ଣ ହେଣ୍ଟାଳ

ସେନ୍ତରା ମହୁ I


Rate this content
Log in

Similar oriya poem from Romance