Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUJATA DAS

Romance

3  

SUJATA DAS

Romance

ପ୍ରିୟତମ

ପ୍ରିୟତମ

1 min
121



ଲୁହ ଯେବେ ଆସେ

   ପଲକ ମୋ ଛୁଇଁ

    ହୃଦୟ ଗବାକ୍ଷ ଦେଇ, 

ତୁମେ ଚାଲି ଆସ

  ହସ ଡାଲା ନେଇ

    ଲୁହ ସାଉଁଟିଵା ପାଇଁ l


ଲୁହ ଫେରିଯାଏ

  ତୁମ ପରଶରେ

   ପଲକ ବି ଯାଏ ବୁଜି, 

କେମିତି କେଜାଣି

   ମୋ ଲୁହ ଠିକଣା

     ତୁମେ ପାଇଗଲ ଖୋଜି ।


ସପନ ବି ଯେବେ

  ସଜାଇ ପାଲିଙ୍କି

    ନିଦ ବଉଦରେ ଆସେ, 

ଗଭୀର ନିଶୀଥେ

  ନିଦ ଓଢଣିରେ

    ତୁମ ପ୍ରତିଛବି ହସେ ।


ନୀଳ ଆକାଶରେ

  ସବୁଜ ଘାସରେ

    ସାଗର ତରଙ୍ଗେ ତୁମେ

ମୋ ପଢା ବହିରେ

   କବିତା ଖାତାରେ

    ସବୁ ଲେଖା ତୁମ ନାମେ ।


Rate this content
Log in

Similar oriya poem from Romance