STORYMIRROR

Kabiratna Nutan Kumar Behera

Romance Classics

3  

Kabiratna Nutan Kumar Behera

Romance Classics

ପ୍ରେମ ଏକ ବୃତ୍ତ

ପ୍ରେମ ଏକ ବୃତ୍ତ

1 min
152

ପ୍ରେମ ଭୂଗୋଲକ ପରି ଏକ ବୃତ୍ତ 

କେଉଁଠୁ ଆରମ୍ଭ ହୋଇ କେଉଁଠି ଶେଷ 

କରି ହୁଏ ନାହିଁ ତାର କିଛି ତ ଆଦି ଅନ୍ତ, 

ପ୍ରେମିକା ସେ ବୃତ୍ତର ସ୍ଥିର କେନ୍ଦ୍ର ବିନ୍ଦୁ 

ତାକୁ ନେଇ ଆଙ୍କି ହୁଏ ଜୀବନ ପରିଧି 

ବକ୍ରକାରେ ଚାପ ଯା'ର ହୋଇଥାଏ ଆବୃତ୍ତ। 


ଏ ପ୍ରେମ ବୃତ୍ତର କ୍ଷେତ୍ରଫଳ ନିର୍ଣ୍ଣୟ 

କରିବାକୁ ପ୍ରେମିକାର ପ୍ରେରଣା ହେଉଛି ସୂତ୍ର

ଅପରିମେୟ ସଂଖ୍ୟା ପାୟ୍(π)ର ସାଥେ ଗୁଣା, 

ଗୁଣିବାକୁ ହୁଏ ତାର ବ୍ୟାସାର୍ଦ୍ଧର ବର୍ଗ 

ଏକକରେ ପରିମାଣ ତାର ନିର୍ଣ୍ଣୟ ହୁଏ ନିର୍ଦ୍ଦିଷ୍ଟ 

ପ୍ରେମିକ ପ୍ରେମିକା ସଂପର୍କରୁ ପଡେ ସେ ଜଣା। 


ଅନ୍ତଃର୍ବୃତ୍ତକୁ ବହିଃର୍ବୃତ୍ତ ହୁଏ ଯା ଅଙ୍କନ 

ଏଇ କେନ୍ଦ୍ର ବିନ୍ଦୁକୁ କରି ଏକ ଅଭିଲମ୍ଵ 

ପ୍ରେମିକା ନ ଥିଲେ ପ୍ରେମର ନାହିଁ ମୂଲ୍ୟ, 

ପରସ୍ପର ମଧ୍ୟେ ବୁଝାମଣାର ଥିଲେ ସଂଲଗ୍ନ 

ଜୀବନ ବୃତ୍ତ ଆଙ୍କି ହୁଏ ସ୍ପଷ୍ଟ ଓ ନିର୍ଭୁଲ 

ବିଶ୍ଵାସ ଭରସା ପିନ୍ଧାଏ ତାଙ୍କୁ ଜୟର ନିର୍ମାଲ୍ୟ। 


ସେ ବୃତ୍ତରେ ସଫଳତାର ରଙ୍ଗ ଭରିଗଲେ 

ସମାଜ ଆଖିରେ ହୁଏ ତା' ଚିତ୍ତାକର୍ଷକ 

ସେ ମଧୁମୟ ପ୍ରେମ ସୃଷ୍ଟିକରେ ଉଦାହରଣ,

ତ୍ଯାଗ ନିଷ୍ଠା ପାଳିବା ଦୁହିଁଙ୍କ ପାଇଁ ତପସ୍ୟା 

ସବୁ ସମସ୍ୟାର କରି ଉଚିତ ସମାଧାନ 

ଭାବନା ଭିତରେ ଆଣି ଦିଏ ନବ ଜାଗରଣ। 


ଏ ବୃତ୍ତର ପରିଧି ଭିତରେ ଜ୍ୟାମିତିକ ରେଖା 

ଜ୍ୟା ଚାପ ବ୍ୟାସ ବ୍ୟାସାର୍ଦ୍ଧର ବହୁ ଅଂଶ 

ନେଇ ଗଠିତ ହୋଇଥାଏ ସଂପର୍କର ସ୍ଵରୂପ, 

ପ୍ରେମର ଦୁନିଆଁ ବି ହୋଇଥାଏ ବୃତ୍ତ ସମ 

ମିଳନ ବିଚ୍ଛେଦର ବୁଝାମଣା ତାର ଅବସ୍ଥିତି 

କେନ୍ଦ୍ର ବିନ୍ଦୁର ଛେଦରେ ହୁଏ ପରିମାପ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance