STORYMIRROR

Kabiratna Nutan Kumar Behera

Romance Classics Inspirational

3  

Kabiratna Nutan Kumar Behera

Romance Classics Inspirational

ମୋ ପ୍ରିୟାର ହସ

ମୋ ପ୍ରିୟାର ହସ

1 min
222

ମୋ ପ୍ରିୟାର ଓଠେ ହସ

ସ୍ବର୍ଗୀୟ ପିୟୂଷ

ଝରି ପଡେ ମଧୁରସ,

ସେ ହସ ଫୁଲର 

ମତୁଆଲା ସୁବାସ

ପ୍ରାଣକୁ କରେ ଉଲ୍ଲାସ।


ହସି ଦେଲେ ଥରେ

ଲାଗେ ମିଳିଗଲା ପରି

ଲକ୍ଷେ ଆୟୁଷ,

ତା' ମୃଦୁ ଶବ୍ଦର ଗୁଞ୍ଜରଣ

ଲାଗେ ମଳୟର ପରଶ।


ମୋ ପ୍ରିୟାର ହସ

ଜହ୍ନର ଜୋଛନାଠାରୁ

ବେଶି ସରସ,

ହୀରା ମୋତି ମାଣିକଠୁ

ଅଧିକ ଝଲସେ

କରେ ଗୋଟାପଣେ ବଶ।


ମୋ ପ୍ରିୟାର ହସ

ପ୍ରେମର ଆତ୍ମ ପ୍ରକାଶ,

ପବିତ୍ରାରେ ତାର

ପ୍ରୀତିର ହୁଏ ବିକାଶ। 


ତା'ଠାରେ ଗଦା ହୋଇଯାଏ

ଯେତେ ଭରସା ବିଶ୍ବାସ,

ତା' ବିନା ମୁହୂର୍ତ୍ତେ

ରହିଲେ ଛାଡି ଏକା

ଲାଗେ ବନ୍ଦ ହେଲା ପରି

ନିଶ୍ଵାସ ପ୍ରଶ୍ବାସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance