ପ୍ରିୟତମା ମୋର
ପ୍ରିୟତମା ମୋର
ପ୍ରିୟତମା ମୋର ଫୁଲେଇ ଖଣ୍ଡେ
ସିଏ ଲାଜକୁଳୀ ଲତା
କଥା ହେବା ପାଇଁ ମୋରି ସହିତ
ହୁଏ ତାର ମୁଣ୍ଡ ବ୍ୟଥା ।
କେତେ ମିଠା କଥା କହିବି କହିବି
ଭାବି ରଖିଥିବି ମନେ
ଏବେ ସମସ୍ତେ ଅଛନ୍ତି କହି ରଖିଦେବ
ବହେ ଗାଳି ଦେବି ମନେ ।
ରାଗିଗଲେ ମୋତେ ଫୋନ୍ କରିକି
ଗେଲ୍ହେଇ କହିବ ଏମିତି
ସିଏ ରସଗୋଲା ମୁଁ ତା ପାଇଁ
ମିଠା ଦୋକାନ ଟେ ଯେମିତି ।
ଯାହା କିଛି କୁହ ସବୁପରେ ମୋର
ପ୍ରିୟତମା ହୀରା ଖଣ୍ଡେ
କଥା ନହେଲେ ଦିନେ ମୋ ସହ
ରହି ନପାରଇ ଦଣ୍ଡେ ।
ନିଜକୁ ଲୁଚେଇ ଦୁନିଆଁ କୁ ଠକି
କଥା ହୁଏ ମୋ ସହ
ମୋ ପାଖେ ସିନା ଗୁଡ଼ ମିଶା ମହୁ
ଦୁନିଆଁ ଆଗରେ ପୁରା ଖାଣ୍ଟି ଗୁଆଘିଅ ।
ଆସିଥିବ ଯଦି କେବେ ମୋ ସାଥେ
ଫିଲ୍ମୀ ଦେଖି କି ବୁଲି
କନ କନ ହୋଇ ମୁହଁ କୁ ଲୁଚେଇ
କହେ ଚାଲ ଯିବା ଆମେ ଚାଲି ।
ବହୁତ ରଙ୍ଗେଇ ମୋରି ପ୍ରିୟା
କହିବି କି କଥା ତାର
ସିନ୍ଦୂର ପିନ୍ଧିନି ତଥାପି ଖାଏନି
ନ ସରିଲେ ଖାଇବା ମୋର ।
ଯେତେ ଯା କହିଲେ ଦୁନିଆଁ ରେ କେହି
ହେବେ ନାହିଁ ତା ସମ
ଇଶ୍ଵର କରନ୍ତୁ ସେହି ଏକା ସାଥି
ମିଳୁଥାଉ ପ୍ରତିଜନ୍ମ ।
ତାରି କୋଳରେ ମଥା ରଖି
ବିତୁ ଥାଉ ଜହ୍ନ ରାତି
ତା ଆଞ୍ଜୁଳାରେ ହାତ ରଖି
ଝରୁଥାଉ ଏଇ ପ୍ରିତି ।

