STORYMIRROR

Writer Roja Panda

Romance

4.0  

Writer Roja Panda

Romance

ପ୍ରିୟତମ ପାଇଁ

ପ୍ରିୟତମ ପାଇଁ

1 min
541


ପ୍ରିୟତମ ପାଇଁ

ଲେଖିକା-ରୋଜା ପଣ୍ଡା


ଜୀବନର ମାନେ ଯାହାଠୁ ଶିଖିଲି

ଯାହାକୁ ଖୋଜେ ମୋ ମନ

ଯାହାର ସ୍ପର୍ଶରେ ସଦା ଜାଗରିତ

ସିଏ ମୋ ପୂର୍ଣ୍ଣମୀ ଜହ୍ନ........


ମଳିନ ପଡଇ ଯା ବିନା ମୋ ମନ

ଆଶାହୀନ ହୁଏ ସ୍ବପ୍ନ

ରଙ୍ଗହୀନ ହୁଏ ଆଙ୍କିଥିବା ଚିତ୍ର

ହୃଦୟ ମୋ ଚିନ୍ତାମଗ୍ନ......


ପାଖେ ଥିଲେ ମୋର ହସେ ଓଠ ଖିଲି

ଚେହେରାକୁ ତାର ଦେଖି

ଦୂରରେ ରହିଲେ ଆକୁଳ ନୟନେ

ଦେଖେ ତାର ପ୍ରତିଛବି.........


ଗୁଣୁଗୁଣୁ ତାର ସୁମଧୁର ସ୍ୱର

ଶୁଣି କଟିଯାଏ ରାତି

ତା ପାଦରେ ପାଦ ମିଶାଇ ଖୁସିରେ

ଦିନ ଯାଏ ମୋର ବିତି.........


ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର

ମଧୁପାଟଣା

କଟକ-୭୫୩୦୧୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance