STORYMIRROR

Sangita Mishra Satapathy

Classics

3  

Sangita Mishra Satapathy

Classics

ପ୍ରିୟାର ଓଢଣୀ

ପ୍ରିୟାର ଓଢଣୀ

1 min
330


ତାର ଓଢଣୀ ମୋ ଶୀତ ବାରେଣୀ

ବରଷାରେ ଛତା,ଗ୍ରୀଷ୍ମରେତୃଷ୍ଣା ହାରିଣୀ

 ଶରତରେ କାଶତଣ୍ଡୀ ଚାମର

 ବସନ୍ତ ରେ ମୃଦୁମଳୟ,

ହେମନ୍ତେ ମୁକୁତା ସମ୍ଭାର

କେବେ କର୍ମ କ୍ଳାନ୍ତ ଶ୍ରମ ଝାଳ ପୋଛେ

ବର୍ଷା ର ବାରି ପୋଛିଦିଏ ପୁଣି

ଜୀବନର ଚଲାପଥେ ଝୁଣ୍ଟି ପଡିଲେ 

ତା ପଣତେ ଦିଏ ମୋତେ ଝାଡି

ଶୀତ କାକରରୁ ସୁରକ୍ଷା ଦେଇ 

ପଣତେ ମୋତେ ରଖେ ଜାବୁଡି

ପରାଣେ ମୋ ଉଷ୍ମତା ଦିଏ ଭରି

ସ୍ନେହ ପରଶ ତା ଛୁଇଁ ଦେଲେ ଥରେ

ସରଗ ର ସୁଖ ଯାଏ ମିଳି

ସେ ମୋ ମାଆର ପଣତ କାନି ଆଉ

ମୋ ପ୍ରିୟାର ଓଢଣୀ

କିଏ ହେବ ଆଉ ତା ସରି?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics