Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Inspirational

4.5  

Ajit Kumar Raut

Inspirational

ପ୍ରିୟାର ଓଢଣୀ

ପ୍ରିୟାର ଓଢଣୀ

1 min
635


ଅତି ହିଁ ସୁନ୍ଦର ପ୍ରିୟାର ଓଢଣୀ

ଚହଳ ଗୃହକୁ କରେ,

ମହୁ ଥାଏ ମନ ଗୁରୁଜନଙ୍କର

ସେବା ଭକ୍ତି ନିତ୍ୟେ କରେ ।


ଓଢଣା ଦେଇଣ ସଞ୍ଜ ଓ ସକାଳେ

ଶାଶୁ ଶଶୁରଙ୍କୁ ଭକ୍ତି,

ପ୍ରଣାମ କରେଟି ଶାଶୁ ଶଶୁରଙ୍କୁ

ତାହାର ଅପୂର୍ବ ଭକ୍ତି ।


ଏପରି ଘରଣୀ ମିଳି ଅଛି ମତେ

ଓଢଣୀ ତା ଭଲ ଲାଗେ,

ପ୍ରିୟାର ଓଢଣୀ ମନମୋହନଟି

ମୁଖଟି ସୁନ୍ଦର ଲାଗେ ।


ଅତି ହି ଶିକ୍ଷିତ ଗୁଣରେ ସମ୍ପନ୍ନ

ସଂସ୍କୃତି ଟି ତା ପୁରୁଣା,

ଆଧୁନିକ ନାରୀ ଶିକ୍ଷାରେ ନିପୁଣ

କର୍ତ୍ତବ୍ୟରେ ସେ ନିପୁଣା ।


ବିନା ଓଢଣୀରେ ନ ଚାଲେଟି ବାଟ

ମନମୋହୁ ଥାଏ ସର୍ବେ,

ସାଇ ପଡୋଶୀ କରନ୍ତି ଆଦର

ଜ୍ଞାନ ଦେଉ ଥାଏ ସର୍ବେ ।


ପୌରାଣିକ ଶାସ୍ତ୍ରେ ନିପୁଣ ଘରଣୀ

ନୀତି ନିୟମରେ ରୁହେ,

ନାରୀର କର୍ତ୍ତବ୍ୟ ଯେପରି ଟି ଅଛି

ପୂର୍ବ କଥା ସବୁ କୁହେ ।


ନାରୀର କର୍ତ୍ତବ୍ୟ ସ୍ବାମୀ ଭକ୍ତି ସଙ୍ଗେ

ଶାଶୁ ଶଶୁରଙ୍କୁ ସେବେ,

ଓଢଣୀ ଦେଇଣ ନାରୀର କର୍ତ୍ତବ୍ୟ

ଗୃହ ଜନକଙ୍କୁ ସେବେ ।


ସଂସ୍କାର ଦିଅଇ ସନ୍ତାନକୁ ଆମ

ସତ୍ୟପଥଗାମୀ ପାଇଁ,

ଶିକ୍ଷା ଦିଏ ତହିଁ ଆଧୁନିକତାର

ଆତ୍ମନିର୍ଭରଟି ପାଇଁ ।


ଗୀତାର ବଚନ କୁହେଟି ସନ୍ତାନେ

ନିତ୍ୟେ ଭକ୍ତିପୂର୍ଣ୍ଣ ଚିତେ,

ଗୃହଜନ ସବୁ ଶୁଣୁ ଥାନ୍ତି ଏହୁ

ବହୁର ବକ୍ତବ୍ୟ ନିତ୍ୟେ ।


ଓଢଣୀ ତାହାର ଗଡ଼ି ପଡେ କେବେ

ମଥାକୁ ନିଏଟି ଟାଣି,

ପ୍ରିୟାର ଓଢଣୀ ମନ୍ତ୍ର ମୁଗ୍ଧ କରେ

ମନକୁ ନିଏଟି ଟାଣି ।


ଅତି ହିଁ ସୁନ୍ଦର ପ୍ରିୟାର ଓଢଣୀ

ଗୃହକୁ ଚହଳ କରେ,

ମହୁ ଥାଏ ମନ ଗୁରୁଜନଙ୍କର

ସେବା ଭକ୍ତି ନିତ୍ୟେ କରେ ।



Rate this content
Log in

Similar oriya poem from Inspirational