STORYMIRROR

Niranjan Mishra

Abstract

4  

Niranjan Mishra

Abstract

ପ୍ରିୟାର ଗାଁ

ପ୍ରିୟାର ଗାଁ

1 min
337


ପ୍ରିୟାର ନାଁଟି କେତେ ଭଲ ଲାଗେ

ସୁନ୍ଦର ପ୍ରିିୟାର ଗାଁ ।

ଯେଉଁଠାରେ ପ୍ରିୟା ଲଭିଲା ଜନମ

ରହିଛି ତା ଷଠୀ ମା' ।୧।

ଗାଁ ପରିମଳ ଦିଶେ ଜଳ ଜଳ

ଧାଡି ଧାଡି କୋଠାଘର ।

ନଡିଆ ଗଛରେ ଗାଁ ଦାଣ୍ଡ ସାରା

ଦିଶେ ସବୁଜ ସମ୍ଭାର ।୨।

କଦମ୍ବ କୂଟଜ କନିଅର ବକ

ଚମ୍ପକ ନାଗକେଶର ।

ଶେଫାଳି ବକୁଳ କିଂଶୁକ ଅରଖ

କିଆ କେତକୀ ଧୂସ୍ତର ।୩।

ଭଳି ଭଳି ଫୁଲ ଫୁଟିଛି ହସୁଛି

ସେଇ ଗାଁ ମୋ ପ୍ରିୟାର ।

ଗାଁ ସେ ମୁଣ୍ଡରେ ମନ୍ଦିର ରହିଛି

ପୂଜା ପାଆନ୍ତି ଶଙ୍କର ।୪।

ପୁଷ୍କରିଣୀଟିଏ ରହିଛି ସେଠାରେ

ଦୀପଦଣ୍ଡୀ ଅଛି ତହିଁ ।

ଘାଟମାନ କେଡେ ସୁନ୍ଦର ଦିଶୁଛି

ପୁଷ୍କର ଫୁଟି ଅଛଇ  ।୫।

ବିଦ୍ୟାଳୟଟିଏ ରହିଛି ଦେଖିଲି

ଯହିଁ ପଢୁଥିଲା ପ୍ରିୟା ।

କ୍ରୀଡା ପ୍ରାଙ୍ଗଣଟି ରହିଅଛି ତହିଁ

ଦେଖି ପୁଲକିତ ହିଆ  ।୬।

ଡାକଘର ଅଛି ମୋ ପ୍ରିୟା ଗାଆଁରେ

ଅଛି ଡାକତରଖାନା ।

ପଞ୍ଚାୟତ ଅଛି ଗୋଷ୍ଠୀ କେନ୍ଦ୍ର ଅଛି

ସକଳ ସୁବିଧା କି ନା । ୭।

ବିଦ୍ୟୁତ ଓ ଜଳଯୋଗାଣ ହେଉଛି

ଏବେ ସବୁ ଘରେ ଘରେ ।

କି ସୁନ୍ଦର ରୂପ ଧରିଛି ଏ ଗାଆଁ

ମନେ ମନେ ତାକୁ ଝୁରେ ।୮।

ପ୍ରିୟା ମୋ ମଧୁର ଗାଁ ତା ମଧୁର

ଭାବୁଛି ମୁଁ ଯେତେଥର ।

ତା ମଧୁର ସ୍ମୃତି ଜାଗେ ମୋ ମନରେ

ନୁହଇ ତା ଭୁଲିବାର ।୯।



Rate this content
Log in

Similar oriya poem from Abstract