STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ପ୍ରିୟାପାଇଁ ଗୀତଟିଏ

ପ୍ରିୟାପାଇଁ ଗୀତଟିଏ

1 min
84

ଝିଅ ନୁହେଁ ସେ ତ ମୋର ଶାମୁକା ମୋତି

ଆଖି ମୋର ରହି ଥାଏ ଦିନ କି ରାତି

ସରାଗୀ ଜହ୍ନର ସିଏ ସାନ ଭଉଣୀ

ମୁରୁକି ହସରେ ନିଏ ମନ ମୋ କିଣି

ହସ ତାର ହୀରା ମୋତି ଝଟକୁ ଥାଏ

କଥା ତାର ଏତେ ମିଠା ଗୀତଟେ ହୁଏ

ପରୀ ରାଇଜର ସିଏ ସୁନା ହରିଣୀ

ଲବଙ୍ଗ ଲତା ସେ ମୋର ସପନରାଣୀ

ବାସିଯାଏ ମନ ମୋର ତା ସାଥେ ଥିଲେ

ସରଗ ପାଇଛି ଆଜି ମୋ ପ୍ରିୟା କୋଳେ

ସାଥି ମୋର ସିଏ ପରା ଜୀବନ ସାଥି

ତା ବିନା ବଞ୍ଚିବି କହ ମୁଁ କେମିତି?

ଜୀବନ ମୋ ସରିଯାଉ ତା ହାତ ଧରି

ଜିଇଁଵି ମରିବି ଖାଲି ତାହାରି ପାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract