STORYMIRROR

Surjyakanta Dash

Romance

2  

Surjyakanta Dash

Romance

ପ୍ରିୟା

ପ୍ରିୟା

1 min
174


ଘନ ଘନ ବାଦଲ ପରି

       ଗହ ଗହ କେଶ

ସ୍ୱର୍ଣ୍ଣ ଚମ୍ପା ପରି ଦେହ

       ମହ ମହ ବାସ ।1।


ଢଳ ଢଳ ଆଖି ତୁମ 

       ହରିଣୀ ଚାହାଣି

ଏତେ ଯତ୍ନରେ ସତେ

   ତୋତେ ଗଢିଛି ବିନ୍ଧାଣି ।2।


ତୋ ଓଠ ନୀଳ କଇଁ

       ଗୋଲାପ ସଦୃଶ

ପଦ୍ମ ପରି ମୁହଁ ତୁମ

     କରେ ସମସ୍ତଙ୍କୁ ବଶ ।3।


ଚୁପି ଚୁପି ଆସ ତୁମେ

      ଶବ୍ଦ ଶୁଣାଯାଏ ନାହିଁ

ଗୁଣୁ ଗୁଣୁ ଗୀତ ଗାଇ

    ମନ ନିଅ ମୋର ମୋହି ।4।


କେବେ କେବେ ଆସି ପୁଣି

         କର ସମ୍ମୋହନ

ସପନରେ ଅବା ଜାଗ୍ରତ ରେ

         କିଣି ନିଅ ମନ ।5।


ହସିଦେଲେ ଖିଲି ଖିଲି

         ଝରିଯାଏ ମୁକ୍ତା

ସେ ହସରେ ହସି ପୁଣି

        ବେହୋସ ମୁଁ ହୁଏ ।6।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance