STORYMIRROR

Bhakta Malla

Romance

2  

Bhakta Malla

Romance

ପ୍ରିୟା

ପ୍ରିୟା

1 min
14.3K


ଶୀତ କାକରର ଅଳସୀ ରାତି ଗୋ

ମୋ ଆଖିରୁ ନିଦ ନେଇ,

କିଏ ସେ ତୁମେ ଗୋ ! ଫୁଲର ଚିବୁକେ

ମୋ ଓଠକୁ ଯାଅ ଛୁଇଁ ।।

ତୁମେ ତ' ନାଚିଛ ମୋ ମନ ଆକାଶେ

ଭସା ବାଦଲର ଛାଇ

ତୁମେ ତ' ଗାଇଛ ମେଘ ମହ୍ଲାର

ବରଷା ବିନ୍ଦୁ ହୋଇ ,

ହଜାଇ ଦେଇଛି- ପରିଚୟ ତୁମ

ତୁମ ଛବି ମନେ ନାହିଁ ।।

ବୈଶାଖୀ ଝାଂଜିରେ ତୁମେ ତ' ଦେଇଛ

ଶୀତଳ ଚନ୍ଦନ ଲେପ

ବିରହ ନିଆଁରେ ଜଳି ଗଲା ବେଳେ

ହୋଇଛ ଚନ୍ଦ୍ରାତପ,

ତୁମେ ତ' ଆସିଛ ବଉଳ ବାସ୍ନାରେ

କୋଇଲିର କୁହୁ ହୋଇ ।।

ତୁମେ ତ' ଝରିଛ ସକାଳ ଶେଫାଳି

ରାତିକ ବାସନା ସାରି

ସେ ବାସନା ମୋତେ ପାଗଳ କରିଛି

ଜୀବନେ ପୁଲକ ଭରି,

ମିଶାଇ ଦେଇଛ, ମୋ ଛାତିରେ ତୁମ

ଅଳସ ଦେହର ନଈ ।।


ଶ୍ରଦ୍ଧା ର ସହ

ଭକ୍ତ ଚରଣ ମଲ୍ଲ

5th November 2017.


Rate this content
Log in

Similar oriya poem from Romance