STORYMIRROR

Narayan Sethi

Romance Classics Inspirational

3  

Narayan Sethi

Romance Classics Inspirational

ପ୍ରିୟା ତୁମେ ମୋର

ପ୍ରିୟା ତୁମେ ମୋର

1 min
241


ତୁମେ ତ ମୋର ଶୀତଳ ଛାଇ

ମୁଁ ପରା ତୁମର ଥକିଯାଇଥିବା ବାଟୋଇ

ତୁମେ ତ ମୋର ଜହ୍ନର ଜୋଛନା

ମୁଁ ପରା ତୁମର ପ୍ରେମରେ ଦିୱାନା.....!!

ତୁମେ ତ ମୋର ଆଖିର ଆଇନା

ମୁଁ ପରା ତୁମର ହସର ଝରଣା

ଯଦି କିଛି ଭାବୁଥାଏ କିଛି କରେ କଳ୍ପନା

ମୁଁ ପରା ତୁମର ଭାବନାର ସ୍ୱପ୍ନ ଏକା....!!

ତୁମେ ଶୀତ ସକାଳର ଶୀତୁଆ

କୋହଲା ପବନ ହେଲେ

ମୁଁ ପରା ତୁମର ଶୀତ ସକାଳର

ପ୍ରଥମ ସୂର୍ଯ୍ୟକିରଣର

କଅଁଳ କଅଁଳ ଆଲୁଅର ଖରା.....!!

ଭାବନା ଟା ମୋର

ଭାରି ନିରୀମଳ

ତୁମେ ପ୍ରିୟା ମୋର

ଅତି ଆପଣାର ପୁଣି

ମୋ ଚଲା ପଥର

ଏକା ଜୀବନ ସାଥି ମୋର.....!!

ସ୍ୱପ୍ନରେ କେବେ ଆଶ

ପୁଣି କେବେ ବାସ୍ତବରେ

ଅଳପ ଝଲକ ଦେଇ

ଚାଲିଯାଅ ତୁମେ

ପୁଣି କେବେ କେବେ

ନାଚୁଥାଅ ମୋ ଆଖିରେ.....!!

ପ୍ରଥମ ଦେଖାରୁ ମନ ଚୋରି କଲ

ହୃଦୟକୁ କଲ ତୁମ ନିଜର

ଅଳସୀ ଆଖିରେ ନିରେଖି ଚାହିଁକି

ମୋ ଠାରୁ ମୋତେ

ଯୋଡିନେଲ ସମ୍ପର୍କରେ

ତୁମେ ପ୍ରିୟା ଏକା ସାଥି ମୋର.....!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance