Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Triphathy

Romance Others

3  

Nrusingha Narayan Triphathy

Romance Others

ପ୍ରିୟା prompts 6

ପ୍ରିୟା prompts 6

1 min
250



ଝିଅ ଅଟେ ସିଏ

   ସରଗ ସୁନ୍ଦରୀ

       ମନ ରାଇଜର ପରୀ

ଦେଖି ଦେଲେ ତାକୁ

     ହୃଦୟ ଭିତରେ

         ଯାଏ ଶିହରଣ ଭରୀ l


ଆଖି ଦୁଇ ତାର

    ମାଦକତା ଭରା

          ମନକୁ କଲାସେ ଚୋରୀ 

ଶୟନେ ସପନେ

      ଅବା ଜାଗରଣେ

          ମନ ମରେ ଖାଲି ଝୁରି l


ପ୍ରିୟା ମୋର ଅଟେ

    ଫୁଲେଇ ରାଣୀଟା

          ଲାଜେଇ ଲାଜେଇ କୁହେ

କଥା ହୁଏ ସିଏ

    ମଧୁର ସ୍ୱରରେ

        କଣେଇ କଣେଇ ଚାହେଁ l


ବେଳେ ବେଳେ ସିଏ

     ଦେଖେଇ ହୋଇକି

            ଇସାରା ଦିଏତ ମାରି

ଚାହିଁ ଚାହିଁ ତାକୁ

    ଆଖିରୁ ମୋହର

         ନିଗିଡି ଯାଏତ ପାଣି l


ଭାବିଲି ମନରେ

     କହିବି ତାହାକୁ

          ମନ ହୃଦୟର କଥା

ଦେଖିଲେ ତାହାକୁ

       ଭୁଲିତ ଯାଏ ମୁଁ

           ନିଜ ହୃଦୟ ର ବ୍ୟଥା l


ନ ଦେଖିଲେ ଦିନେ

     ଭଲତ ଲାଗେନା

          ପ୍ରେମରେ ପାଗଳ ହେଲି

ମନେ ମନେ ଭଲ

    ପାଉଥିଲି ବୋଲି

           ଲଜ୍ୟାରେ ସରମି ଗଲି ।



Rate this content
Log in

Similar oriya poem from Romance