STORYMIRROR

Kunjabihari Rout

Romance

3  

Kunjabihari Rout

Romance

ପ୍ରିୟା ପଣତରେ ହୋଲି

ପ୍ରିୟା ପଣତରେ ହୋଲି

1 min
175


ଫଗୁଣ ଆସିଯାଏ ଯେବେ ତୁମେ କବିତାଟେ ଲେଖ

ମଳୟ ଆସିଯାଏ ଯେବେ ତୁମେ କବିତା ଶୁଣାଅ

ଖୁସିର ମାହୋଲ ବନିଯାଏ ଯେବେ ଦୋଳ ଆସିଯାଏ

ରଙ୍ଗଅବିରେ ମନ ନାଚିଉଠେ ମୁଖେ ହସ ଫୁଟିଯାଏ

ହୋଲିର ପରବେ ଆକାଶେ ଆଜି ଭସାଣିଆ ମେଘ

ତୁମେ ଆସ,ସଜାଇଦିଅ ମୋ ଦେହେ ଇନ୍ଦ୍ରଧନୁର ରଙ୍ଗ

ବସନ୍ତର ଆମ୍ବବଉଳ ଫାଙ୍କେ ସୂରୁଜ ମୁରୁଜ ବୁଣଇ

ସପନ ଆଣିଛି ତୁମପାଇଁ ଖୁସିରବାର୍ତ୍ତା ବାଣ୍ଟିବାପାଇଁ

ମୋ ଆଖିରେ ନିଦ ଆସେ ହୋଇ ଥିରିଥିରି

ଯେବେ ସପନରେ ଛୁଇଁଯାଅ ମୋତେ ଆସ୍ତେକରି

ତୁମରି ଉଛ୍ଛାସ ମୋ ହୃଦୟର ମରୁସାଗରର ଝଡ

ତୁମରି ଛୁଆଁରେ ଦେହବଗିଚାରେ ଫୁଟିଯିଏ

 ପୀରତିର ଫୁଲ କଢ

ହୋଲିରେ ମୁଁ ଯେମତି ହଜିଅଛି ତୁମ ଭାବନାରେ

ତୁମେ କି ସେମିତି ମୋକଥା ଭାବୁଛ ଆଜି ସକାଳରେ,

ଫଗୁର ରଙ୍ଗ ଆଣିଛି ଜୀବନେ ଖୁସିର ପିଚକାରୀ

ସେ ରଙ୍ଗ ଭରୁ ତୁମରି ଜୀବନେ ହସ ବାଣ୍ଟୁ ଅସୁମାରୀ ।



Rate this content
Log in

Similar oriya poem from Romance