STORYMIRROR

ବିନୟ ମହାପାତ୍ର

Romance

3  

ବିନୟ ମହାପାତ୍ର

Romance

ପ୍ରିୟା ପଚାରିଲା

ପ୍ରିୟା ପଚାରିଲା

1 min
420

ପ୍ରିୟା ପଚାରିଲା

ତୁମେ ମୋତେ ହୃଦୟରୁ ଭଲପାଅ ?

ମୁଣ୍ଡ ହଲାଇଲି, କହିଲି ନାହିଁ ଗୋ

ସମୁଦାୟ ଗୋଟିଏ ହୃଦୟ ମୋର

କେତେ କାମ କରିବ ବା ସିଏ?

ଦିନ ରାତି ଚବିଶ ପ୍ରହର

ଅବିଶ୍ରାନ୍ତ ରକ୍ତ ବୋହି ବୋହି

ପ୍ରତି ଦିନଅନ୍ତେ ଥକିଯାଏ କେତେ!

ବେଳେ ବେଳେ ଦୟାଆସେ ମନେ

କେତେ କାମ କରୁଛି ମୋ ପାଇଁ,

ଆଉ ନୂଆକାମ ଦେବି ବା କେମନ୍ତେ ?

ପ୍ରିୟା ଟିକେ ମୁରୁକି ହସିଲା,

କହିଲା, ହଉ ବାବା ହେଲା,

ହୃଦୟ ନହେଲେ ନାଇଁ

ମନ ଦେଇ ଭଲପାଇବନା' ମୋତେ ?

ଭାବୁଥିଲି ମନେ ମନେ,

ପ୍ରିୟାକୁ ବୁଝାଇ କହିବି କେମନ୍ତେ,

ମନ ମୋର ମନୁଆ ତ ଭାରି

କାହା କଥା କେବେ ମନିଅଛି ଭଲା,

ମୋ କଥା କେମିତି ମାନିଯିବ ସତେ ?

ରାସ୍ତାରେ ଚାଲୁ ଚାଲୁ

କେବେ ଗୋଲାପ ଦେଖିଲେ

ତା ପାଖେ ଅଟକି ଯାଏ,

ଖାଲି ଦେଖେ, ଖୁସି ହୁଏ,

କିନ୍ତୁ ଗୋଲାପକୁ ଛୁଏଁନାହିଁ ସିଏ !

ପ୍ରିୟାକୁ କହିଲି, ହେ ମୋର ପ୍ରିୟା !

ଏତେ କଥା ପଚାରୁଚ କିଆଁ,

ତୁମେ ଖାଲି ଏତିକି ଜାଣିନିଅ,

ମୋର ସମୁଦାୟ ଭଲପାଇବା

ତୁମପାଇଁ ପ୍ରିୟତମା ମୋର,

କେବଳ ତୁମରି ପାଇଁ ଗୋ

ତୁମପାଇଁ ଛାଡିପାରେ ଏ ସାରା ଦୁନିଆ ।

ମୁଁ ତୁମକୁ ଭଲପାଏ,

ଯେତେ ପ୍ରେମ କେହି କେବେ

କରି ପାରିନାହିଁ କାହାକୁ ଆଜିଯାଏ ।

ମୁଁ ତୁମକୁ ଭଲପାଏ,

ମୋର ହୃଦୟରୁ ନୁହେଁ,

ହୃଦୟ ତ ବନ୍ଦ ହୋଇଯିବ ଦିନେ

ମନରୁ ବି ନୁହେଁ,

ମନ ତ ମନୁଆ ଘୋଡା

ଘଡିକେ ବଦଳିଯାଏ,

ମୁଁ ତୁମକୁ ଭଲପାଏ,

ମୋର ଗଭୀର ଆତ୍ମାରୁ

ମୋ ପ୍ରାଣଠାରୁ ଅଧିକ ତୁମକୁ ମୁଁ ଭଲପାଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance