STORYMIRROR

Sunanda Mohanty

Romance Thriller Others

4  

Sunanda Mohanty

Romance Thriller Others

ପ୍ରିୟା ନା ପ୍ରେମିକା

ପ୍ରିୟା ନା ପ୍ରେମିକା

1 min
20


ତନୁଲତାକୁ ନେଇ କେତେ କବିତା ଗୀତ 

ମନେ ଉଙ୍କିମାରେ ପ୍ରଶ୍ନଟିଏ 

ସିଏ ବିଦେହ ନା ବୈଦେହୀ ଚରିତ୍ର କି ଚିତ୍ର 

ସନ୍ଦେହ କୁହୁଳି ଜଳେ ଖିଏ 

ତନୁଳତା କାଳେ ସବୁ ପୁରୁଷ ଚାହୁଁଥିବା 

ନାରୀ ପରି,ପାଇଛି କି କିଏ 

ଯଦି ଥିଲା ପ୍ରେମିକା ସୁନେଲି କବି ସୁନୀଲଙ୍କର 

ହଜିଗଲା ଅବାଟରେ କାହିଁ ସିଏ 

ଯଦି ପ୍ରଣୟିନୀ ଶ୍ରୀମତୀ ଅର୍ଦ୍ଧାଙ୍ଗିନୀ 

 କବିଙ୍କୁ ପାଇ ଭାଗ୍ୟବତୀଟିଏ 

ଏବେ ଭାଗ୍ୟରେ କଳାବାଦଲ ଆକାଶେ 

କେମିତି ବଞ୍ଚିବ ନାରୀଟିଏ 

 କବିମାନେ ଖୋଜି ପିନ୍ଧାଇବେ ଚାନ୍ଦର ଟିକିଲି 

ଦେଖେଇବେ ସ୍ୱର୍ଗ ପାରିଜାତ ନଆଣିଲେ ନାହିଁ 

ତନୁ ମନ କିଣିବାକୁ କବିଙ୍କ ଭିଡ଼ ଓ ଭାଡି 

ପାରାମାନେ କବଳିତ କରିଥିବା ଯାଏଁ 

ତନୁଙ୍କୁ ଲତା ପରି ବନିତା କରି ଡଙ୍କେଇଦେଲେ 

ସେ କଣ ରାଜି ହେବେ ଥରଟିଏ 

ଯିଏ ମାଗୁନଥିଲା ଶରଗର ଚାନ୍ଦ ଅବା କାନଫୁଲ 

ସିଏ ଆଉ ଥରେ ଫୁଲେଇ ହେବାର ତ ନୁହେଁ 

ପ୍ରଥମେ ମିଳୁ ଠିକଣା ପତ୍ତା ସାନିଧ୍ୟ ସଂହିତା 

ଖୋଜିବାର ବେଳା ଇଏ 

ଯିଏ ଗଲା ଛାଡି ତା ସ୍ମୃତି ଜାବୁଡି ତନୁଳତା 

ଆଉ କାହାର ହୁଏ କି ନହୁଏ 

ଖାଲି ଏତିକି ହୋଇପାରେ ତନୁଲତା ପରି 

ନାମ ଗ୍ରାମ ସର୍ବଗୁଣସମ୍ପନ୍ନ ଝିଅ ନା ନାରୀ ସିଏ 

ଯିଏ ବି ହେଉ କବିର କବିତାରେ ଗାଳ୍ପିକ ଗପରେ

ଉପନ୍ୟାସର ନାୟିକା ଏବେ ଅଭିର୍ନ୍ନ ଭିତରେ ଏକା ସିଏ

ପୃଷ୍ଟିଙ୍କ ସୃଷ୍ଟିକୁ ଛଡେଇ ଆଣିବା ସମ୍ଭବ ନୁହେଁ 

ତନୁଳତା କାଳେ ବଳେ କୌଶଳେ କହେ ।।


Rate this content
Log in

Similar oriya poem from Romance