Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Nayak

Abstract Tragedy Others

4  

Santosh Kumar Nayak

Abstract Tragedy Others

ପ୍ରିୟା ମୋର, ପ୍ରେମ ଟିକେ କମ୍ କର

ପ୍ରିୟା ମୋର, ପ୍ରେମ ଟିକେ କମ୍ କର

1 min
266


ହୃଦ କପାଟିକା ମୋର 

ଖୋଲି ଦେଖ ଥରେ,

ଅଳିନ୍ଦରୁ ନିଳୟ ପର୍ଯ୍ୟନ୍ତ

ତୁମ ପ୍ରେମ ରକ୍ତ ସାଜି

ଘୁରିବୁଲେ ଶିରା ଧମନୀରେ ।


ଆରେ ନେଇଯାଅ ମୋତେ ତୁମ

ବାୟୋଲଜି ଗବେଷଣାଗାର,

ଛାତି ମୋର କାଟି ଦେଇ

ତନ୍ନ ତନ୍ନ କରି ପ୍ରିୟା

ହୃଦୟ ମୋ ପରୀକ୍ଷା ତ କର । 


ଧକ୍ ଧକ୍ ଶବଦକୁ

ତୁମେ ଭାବ ସ୍ପନ୍ଦନ ଛାତିର,

ସ୍ପନ୍ଦନ ନୁହେଁ ସେ ପ୍ରିୟା

ପ୍ରଥମ ଦେଖାରେ ତୁମେ

ଦେଇଥିବା ଟିକି ଉପହାର ।


ତୁମ ପ୍ରେମ ବଢିଗଲେ

ରକ୍ତଚାପ ବଢିଯାଏ ମୋର,

ପଡ଼ିଯାଏ ବାଟେଘାଟେ

ସେଥି ପାଇଁ ଅନୁରୋଧ 

ପ୍ରିୟା ମୋର,

ପ୍ରେମ ଟିକେ କମ୍ କର 

ପ୍ରେମ ଟିକେ କମ୍ କର ।


Rate this content
Log in

Similar oriya poem from Abstract