Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ପ୍ରିୟା ମୋ କନକ ଗୋରୀ

ପ୍ରିୟା ମୋ କନକ ଗୋରୀ

1 min
170



ନଈ ସେ ପାରି  ପଲ୍ଲୀ ଶେଫାଳି

    ପ୍ରିୟା ମୋ କନକ ଗୋରୀ.

ମନ ଆଇନାରେ  କେତେ ଛବି ତାର

    ପହିଲି ଯୌବନେ ଭରି. l


ଗୋରା ମୁହେଁ ତାର  ତା ସ୍ମିତ ହାସର

    ଚଞ୍ଚଳ, ଚହଟ ଠାଣି.

ସୁନେଲି ସ୍ୱପ୍ନରେ  ମନ ହଜୁଥିଲା

    କଳ୍ପନା ରାଇଜେ ପୁଣି. l


ଆଡ଼ ନୟନା ତୋ  ଚନ୍ଦ୍ରକାନ୍ତି ରୂପ

    ଅଳସି ଗୋଲାପ ରାଣୀ.

ମାନସ ପଟରେ  ତୁମ ସ୍ମୃତି ରେଖା

    ପହିଲି ପ୍ରେମ ସାରଣି. l


ମନ ଭରିଥିଲା  ହୃଦ ଭରିଥିଲା

    କଳ୍ପିଲି ନୂଆ ସଂସାର.

ମୋର ନିଡ଼ ଭାଙ୍ଗି  ତୁମ ନିଡ଼ ତୋଳି

    ଅନାତ୍ମୀୟ ହୋଇଗଲ. l


ଆଖିରେ ଆଖିରେ  ତୁମ ସ୍ମୃତିରେଖା

    ଅଠିକଣା ପାଲଟିଲା.

ତୁମ ପ୍ରେମ ଆଜି  ସ୍ବର୍ଗୀୟ ତୁମକୁ

    ମୋପ୍ରେମ ହେଲା ଅଧୁରା. l



Rate this content
Log in

Similar oriya poem from Inspirational