STORYMIRROR

Mahendra Kumar Swain

Romance

3  

Mahendra Kumar Swain

Romance

ପ୍ରିୟା ମୋ ଦେଇଛି ଚିଠି

ପ୍ରିୟା ମୋ ଦେଇଛି ଚିଠି

1 min
268

ଡାକବାଲା ଆସି ଦେଇଗଲା ଚିଠି

ଆସିଚି ମୋ ନାମେ ବୋଲି

କିଏ ପଠେଇଛି ମୋ ପାଖକୁ ଚିଠି

ମନେ ମନେ ଭାବୁଥିଲି ।

ଆଣିଲି ତାହାକୁ ଡାକବାଲା ଠାରୁ

ଯେବେ ତାକୁ ଖୋଲି ଦେଲି

ପ୍ରିୟା ମୋ ଦେଇଚି ପ୍ରେମ ଚିଠି ତାର

ଚିଠି ଦେଖି ଜାଣିଗଲି ।

କେମିତି ଅଛ ହେ ପ୍ରିୟ ମୋର ତୁମେ

ଦେଖି ନାହିଁ କେତେ ଦିନୁ

ଯେତେ ଚାହିଁଲେ ବି ତୁମ ହସ ମୁହଁ

ଯାଏ ନାହିଁ ମୋର ମନୁ ।

ଅନେଇ ରହିଛି ଆସିବା ବାଟକୁ

କେବେ ଯେ ଆସିବ ତୁମେ

ବଧୂ ବେଶ ହୋଇ ଚାହିଁ ରହିଥିବି

ନେଇଯିବ ଆସି ତୁମେ ।

ବର ବେଶ ହୋଇ ଘୋଡ଼ା ଚଢ଼ି ତୁମେ

ଆସିବ ରୋଷଣି ଧରି

ପ୍ରିୟା କୁ ତୁମର ପାଲିଙ୍କି ରେ ଧରି

ନେଇଯିବ ସାଥୀ କରି ।

ଅଳପ ଦିନ ଏଇ ଭାରି କଷ୍ଟ ଦିଏ

ମନେ ପଡେ ତୁମ କଥା

ନେଇଯାଅ ମୋତେ ତୁମରି ପାଖକୁ

ଚାଲିଯିବ ଏଇ ବ୍ୟଥା ।

ଲେଖିଚି ଶେଷରେ ଇତି ତୁମ ପ୍ରିୟା

ଚାହିଁ ଅଛି ତୁମ ବାଟ

ଅନେଇ ରହିଛି ଆସିବା ଦିନକୁ

କେବେ ଧରିବ ମୋ ହାତ ।


Rate this content
Log in

Similar oriya poem from Romance