Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Harihara Behera

Tragedy

3  

Harihara Behera

Tragedy

ପ୍ରିୟା କଥା ଦେଇଥିଲା ମୋର

ପ୍ରିୟା କଥା ଦେଇଥିଲା ମୋର

1 min
6.7K



ପ୍ରିୟା କଥା ଦେଇଥିଲା ମୋର

ଆଜି ହୋଇଗଲା ସେ କାହାର ।

ଦେଖା ଦେଖିରେ ସଂପର୍କ ହେଲା

ପ୍ରିୟା ମନରେ ମନ ମିଶିଲା ।

ସଂପର୍କ ଏମିତି ହେଲା

ଭଲ ପାଇବା ଗଢି ଉଠିଲା ।

ଭଲ ପାଇବା ଏମିତି ହେଲା

ସେତ ପ୍ରେମ ରେ ବଦଳିଗଲା ।

କରିଥିଲା ସେ ଏତେ ନିଜର

କେତେ ଆଶା ସ୍ୱପ୍ନ ଥିଲା ମୋର ।

କରିଥିଲା ସେ ମୋତେ ପସନ୍ଦ

ମୋତେ ନଦେଖିଲ ହୁଏ ଅନ୍ଧ ।

ମୋର ନେଉଥିଲା ସିଏ ଯତ୍ନ

ମୋତେ ଭାବୁଥିଲା ମଣିରତ୍ନ ।

କରୁଥିଲା କେତେ ଅଭିମାନ

କିନ୍ତୁ ଦେଉଥିଲା ସନମାନ ।

ସମୟ ଚକ୍ର ରେ ପଡି

ମନ ବଦଳି ଗଲା କିପରି ।

ପ୍ରିୟା ମନରେ କଣ ଭାବିଲା

ଅଚାନକ ସିଏ ଭୁଲିଗଲା ।

ରୁତୁ ବଦଳିଲା ପରି

ପ୍ରିୟା ବଦଳି ଗଲା ସେପରି ।

ଫେରି ଚାହିଁ ଲାନି ପ୍ରିୟା ଥରେ

ଟିକେ ଭାବିଲାନି ତା ମନରେ ।

ଭଲ ପାଇବା ଥିଲା ଛଳନା

ସବୁ ଆଶା ସ୍ୱପ୍ନ ହେଲା ଚୁନା ।

ଭାଂଗି ଦେଲା ମନ ମୋର

ମୋ ପ୍ରତି ହେଲା ସେ ନିଷ୍ଠୁର ।

ପ୍ରିୟା କଥା ଦେଇଥିଲା ମୋର

ଆଜି ହୋଇଗଲା ସେ କାହାର ।


Poet : HARI HAR

Date : 16/10/2018

Oman.


Rate this content
Log in

Similar oriya poem from Tragedy