Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Romance Fantasy

3  

Santosh Kumar Ojha

Romance Fantasy

ପ୍ରିୟା- ୪୭

ପ୍ରିୟା- ୪୭

1 min
158



ସୁକୁମାରୀ ଅସୁମାରି 

ସୁକନ୍ୟା ତ ବନ୍ୟା ପରି

ସୁନାରୀ ଟେ ପାଉ ନାହିଁ ଖୋଜି ,

ସୁନୟନା ଆନମନା

ସୁକେଶିନୀ ବିବସନା

ସୁହାଗିନୀ ସଜ୍ଞାହୀନା ଆଜି ।

ନାଚୁନି ଉର୍ବଶୀ 

     ଆଉ ସେ ଓଡ଼ଶୀ

କୁଆଁର ପୁନେଁଇ 

      କରୁନି ଷୋଡ଼ଶୀ

ନାହିଁ ଲଜ୍ଜା ନାହିଁ ଭୟ

      ନାହିଁ ଭକ୍ତି, ପ୍ରୀତି ,

ପଢ଼ୁ ନାହିଁ ମାଣବସା

      ଦିଏ ନାହିଁ ଝୋଟି

      ନାହିଁ ରୀତିନୀତି ।

ତମେ ପ୍ରିୟା ଜମା ସେମିତିକା ନୁହଁ

       ନୁହଁ ବି ଅବୋଲକରା ,

ଓଡ଼ିଆ ଘରର ବଢ଼ିଆ ସଂସ୍କୃତି 

       ତୁମଠୁ ଶିଖିବେ ପରା ।

ଓଡ଼ିଆ ର ଭାଷା

ଓଡ଼ିଶାର ଓଷା

     ଓଡ଼ିଆଣୀ ବେଶ ଭୁଷା ,

ବାରମାସେ ତେର ପରବ ସମ୍ଭାର

      ଛବିଶି ପିଠା ରେ ଆଶା ।

ତମେ କଳିଙ୍ଗ ର କାରୁବାକୀ

କୁହ , ତୁମକୁ ମୁଁ ପାଇବିକି ?

ପ୍ରିୟା ।


Rate this content
Log in

Similar oriya poem from Romance