ପ୍ରିୟ ପତ୍ରିକା "ଚିହ୍ନ"
ପ୍ରିୟ ପତ୍ରିକା "ଚିହ୍ନ"
ଝିପ ଝିପ ବର୍ଷାରେ
ଭିଜା ଭିଜା ମନ ।
ହାତଠାରି ଡାକିଥାଏ
ଶୁଭ ଅପରାହ୍ନ
ରବିବାର ଦିନ-
ମାସନ୍ତ ଆସର ଚାଲେ
ପତ୍ରିକା ଉନ୍ମୋଚନ
ସେତ ପ୍ରିୟ "ଚିହ୍ନ" (0)
ଆସର ସମୟ ଦେଖି
ମନ ଉଚ୍ଚାଟନ ।
ଲେଖା ଟିଏ ଲେଖି ତାକୁ
ଆବୃତ୍ତିରେ ମନ ।
ବିପ୍ଳବୀର ହାତେ ମସୀ
ପାଏ ଜୀବଦାନ ।
ଗରିବ ଉତ୍ଥାନ ପାଇଁ
ଦିଏ କେ ଆହ୍ବାନ....
ଲେଖେ ପ୍ରିୟ "ଚିହ୍ନ"(୧)
କିଏ ଗାଏ ବ୍ଯଙ୍ଗ କିଏ
ପ୍ରେମ ରସାଣିତ ।
କାର ସାମାଜିକ ବାର୍ତ୍ତା
କରେ ଆପ୍ଯାୟିତ।
କାହା କଣ୍ଠେ ଫୁଟି ଉଠେ
ଜାତୀୟ ସଂଗୀତ ।
କିଏ ଗାଇ ମନ ମୋହେ
ଜଣାଣ ଭଜନ...
ଲେଖେ ପ୍ରିୟ "ଚିହ୍ନ"(୨)
ଚିହ୍ନ ପୃଷ୍ଠାଙ୍କେ ଆମ
ସ୍ମୃତି ଭିଜା ଦିନ ।
ଅଲିଭା ସ୍ବାକ୍ଷର ଆମ
ଚିର ଅମଳିନ।
ସମୟର ସୁଅ ବହେ
ସୁଖ ଦୁଃଖ ଦିନ ।
ଛାଡିଯାଏ ସ୍ମୃତି ଯାହା
ରହେ ଚିର ଦିନ...
ଲେଖେ ପ୍ରିୟ "ଚିହ୍ନ"(୩)
ବିସ୍ମୃତି ଦର୍ପଣେ ଦେଖେ
ଝାପସା ଝାପସା ଦିନ।
କେତେ ଓଠ ସ୍ବପ୍ନ
କେତେ ନିରାନନ୍ଦ ମନ।
ହଜେଇ ଖୋଜିବା କେତେ
କା ସ୍ମୃତି ତର୍ପଣ ।
କାହା ଶୁଭ ଜନ୍ମଦିନ
କାହା ବିବାହ ବନ୍ଧନ...
ମନ ରଖେ "ଚିହ୍ନ"(୪)
ହେ!ପ୍ରିୟ ଚିହ୍ନ ଆମ
ଛୁଇଁଯାଅ ମନ ।
ତୁମେ ଆମ ହୃଦୟର
ଅଗରୁ ଚନ୍ଦନ ।
ମହକେଇ ଦିଅ ସବୁ
ସତୀର୍ଥଙ୍କ ପ୍ରାଣ।
ତୁମ ସ୍ପର୍ଶେ ଭରୁ ସାମ୍ଯ
ମୂକ୍ତି ଶାନ୍ତି ପ୍ରେମ...
ହେ! ପ୍ରିୟ "ଚିହ୍ନ"(୫) ।
